ଅପରାଧ ଖବର ଆହୁରି ପଢ଼ନ୍ତୁ ।

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ଜନଗହଳି ସ୍ଥାନ ତଥା ହାଟ ଗୁଡିକରୁ ମୋବାଇଲ ଚୋରି ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଗତ ବୁଧବାର ପରିବା ହାଟରେ ମୋବାଇଲ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ି ବସିଛନ୍ତି। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ପୋଲିସ ତଦନ୍ତ କରି ଯାଜପୁର ରୋଡ଼ ମୁଣ୍ଡମାଳ ନିକଟରୁ ମୋବଇଲ ଜବତ କରିବାସହ ଗୋଟିଏ ବାଇକ୍କୁ ଜବତ କରିଛି। ଜଣେ ଅଭିଯୁକ୍ତଙ୍କୁ ଧରିବାପରେ ଅନ୍ୟଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଯାଜପୁରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଅଞ୍ଚଳର ପ୍ରତାପ ଦାସ (୨୦) ଓ ଲକି ଦାସ (୨୦)। ଏକ ବଡଧରଣର ରାକେଟ ଥିବା ପୋଲିସ ସନ୍ଦେହ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଠାକୁରମୁଣ୍ଡା ଥାନାଧିକାରୀ କମଳାକାନ୍ତ ଦାସ ପ୍ରକାଶ କରିଛନ୍ତି।
