ଖୋର୍ଦ୍ଧା ନାଚୁଣୀ ପୋଲିସ ସୁଟକେସରୁ ମୃତଦେହ ଜବତ କରିବାପରେ ବିଭିନ୍ନ ଦିଗରୁ ଛାନଭିନ ଜାରି କରିଥିଲା। ଏହି ଘଟଣାରେ ମୃତକଙ୍କ ସ୍ତ୍ରୀ ଶଳା ସହ ଜଣେ ସମ୍ପର୍କୀୟଙ୍କୁ ବାନ୍ଧିବା ପରେ ସିନ୍-ରିକ୍ରେସନ୍ କରିଛି ପୋଲିସ। ମୃତଦେହ ମିଳିଥିବା ସୁଟକେସଟି ଖୋର୍ଦ୍ଧା ଜିଲ୍ଲା ଚାନ୍ଦପୁର ଅଞ୍ଚଳର ଏକ ଦୋକାନ ଅପସରା ସୋ-ରୁମରୁ କିଣିଥିବା କହିଛନ୍ତି ଗିରଫ ଅଭିଯୁକ୍ତ। ମୃତକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଳଭଦ୍ରପୁର ପଞ୍ଚାୟତ ଲାଖପଡା ଗାଁର ମନୋରଞ୍ଜନ ମହାପାତ୍ର। ସେ ଗାଁ ଛାଡି କିଛିଦିନ ହେବ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଣ୍ଡେଶ୍ଵର ଅଞ୍ଚଳର ଦାରୁଗାଁ ଗ୍ରାମରେ ସମ୍ପର୍କୀୟ ଘରେ ରହୁଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ସ୍ତ୍ରୀ ଟୁନି ଦାସ, ସମ୍ପର୍କୀୟ ବିକ୍ରମ ସାହୁ, ଶଳା ମିଟୁ ଦାସ।
ଜଙ୍ଗଲ ମଧ୍ୟରେ ଏକ ନୁଆ ସୁଟକେସ ପଡିବା ଏବଂ ପୋଲିସ ପହଞ୍ଚି ସୁଟକେସ ଖୋଲୁ-ଖୋଲୁ ଜଣେ ଯୁବକଙ୍କ ମୃତ ଦେହ ମିଳିବା ଘଟଣା ନିଶ୍ଚିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା ତଥାପି ତଦନ୍ତ ଦିଗ ଆଗକୁ ନେବାକୁ ନାଚୁଣୀ ପୋଲିସ ସାଇଣ୍ଟଫିକ୍ ଟିମ୍ ଓ ଡଗ୍ ସ୍କ୍ୱ।ର୍ଡ ଟିମର ସହଯୋଗ ନେଲା। ଘଟଣା ସ୍ଥଳରେ ବାଲୁଗାଁ SDPO, ଖୋର୍ଦ୍ଧା SP ପହଞ୍ଚି ତଦନ୍ତ ଜୋରସୋରରେ ଆରମ୍ଭ କରିଥିଲେ