ଗତକାଲି ସୁନେଇ ଡ୍ୟାମରେ ତାଙ୍କର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ମୃତଦେହ ଉଦ୍ଧାର କରିଥିଲା। ସେପଟେ ମୃତକ ରାମାଏଙ୍କ ପୁଅ ଅଭିଯୋଗ ଅନୁସାରେ ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି । ରାମାଏଙ୍କ ଭାଇଙ୍କ ସହିତ ପୂର୍ବରୁ ଗୁଣିଗାରେଡି ସନ୍ଦେହକୁ ନେଇ ଏକ ବିବାଦ ହୋଇଥିଲା ।
ଯାହାକି ସମାଧାନ ମଧ୍ୟ ହୋଇଥିଲା । ହେଲେ ସେହି ରାଗରେ ଅନେକ ଦିନ ହେବ ଉଭୟଙ୍କ ମଧ୍ୟରେ ଶତୃତା ରହିଥିଲା । ତେଣୁ ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ୍ ଏହି ଘଟଣାରେ ସନ୍ଦେହରେ ୪ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।