ଅର୍ଗସ ବ୍ୟୁରୋ : ନିଖୋଜ କୃଷି ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର । ମିଳିଲା ନିଖୋଜ ପିଏନବି କୃଷି ମ୍ୟାନେଜରଙ୍କ ମୃତଦେହ । ସୋନପୁର ଲଚ୍ଛିପୁର ଅଙ୍ଗନଦୀ କୂଳରୁ ମିଳିଲା ମୃତଦେହ । ଗତ ତିନିଦିନ ତଳେ ବଲାଙ୍ଗିର ବରଗଡ ରାସ୍ତାର ଏନ୍ଏଚ୍ ୨୬ ଅଙ୍ଗ ନଦୀ ଚେରୁପାଲି ବ୍ରିଜ ଉପରେ ତାଙ୍କର ବାଇକ ଆଉ ହେଲ୍ମେଟ ମିଳିଥିବା ବେଳେ ସେ ବ୍ରିଜ୍ ଉପରୁ ଡେଇଁ ପଡିଥିବା ସନ୍ଦେହ କରି ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଥିଲା । ଘଟଣାର ତିନିଦିନ ପରେ ଆଜି ଅପରାହ୍ନରେ ସୋନପୁର ଜିଲ୍ଲା ଲଛିପୁର ନିକଟସ୍ଥ ଅଙ୍ଗ ନଦୀ କୂଳରୁ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ ଟିମ । ପରିବାର ଲୋକଙ୍କ କହିବା ଅନୁସାରେ ଦିବ୍ୟ ରଂଜନ ବିନିକାରୁ ଫିଲ୍ଡ ଡ୍ୟୁଟି ସାରି ଘରକୁ ଫେରିବା ବାଟରେ ନିଖୋଜ ହୋଇଥିଲେ ।
ଅର୍ଗସ ବ୍ୟୁରୋ: ଆଜି ଛତିଶଗଡ଼ ଏବଂ ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 23 ହଜାର 8 ଶହ କୋଟି ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନଗରନାର ଇସ୍ପାତ କାରଖାନାକୁ ଦେଶ ଉଦ୍ଦେଶ୍ୟରେ କରିବେ ଉତ୍ସର୍ଗ । ଏହସହ ଜଗଦଲପୁର ରେଳ ଷ୍ଟେସନ ନବୀକରଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ତାରୋକି - ରାୟପୁର ଡିଏମୟୁ ଟ୍ରେନ୍ ସେବାକୁ ମଧ୍ୟ ଶୁଭାରମ୍ଭ କରିବେ। ଏହି ରେଳ ପ୍ରକଳ୍ପଗୁଡ଼ିକ ରାଜ୍ୟର ଆଦିବାସୀ ଅଞ୍ଚଳରେ ସଂଯୋଗରେ ଉନ୍ନତି ଆଣିବ। ଅନ୍ୟପଟେ ତେଲେଙ୍ଗାନାରେ 800 ମେଗାୱାଟ ୟୁନିଟ୍ ବିଶିଷ୍ଟ ସୁପର ଥର୍ମାଲ୍ ପାୱାର୍ ପ୍ରୋଜେକ୍ଟର ଉଦ୍ଘାଟନ କରିବେ ।
ଏହା ତେଲେଙ୍ଗାନାକୁ ସ୍ବଳ୍ପ ମୂଲ୍ୟର ଶକ୍ତି ଯୋଗାଇବ ଏବଂ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବ। ଏହା ଦେଶର ଅନ୍ୟତମ ପରିବେଶ ଅନୁକୂଳ ବିଦ୍ୟୁତ୍ କେନ୍ଦ୍ର ହେବ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।