ଆଜି ସକାଳେ ସ୍ଥାନୀୟ ଲୋକେ ଧିରଜଙ୍କୁ ବିଲ ମଝିରେ ପଡିଥିବାର ଦେଖି ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସୋର ପୁଲିସ ଘାଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ତଦନ୍ତ କରୁଛି। ତେବେ ଧିରଜଙ୍କ ମୁହଁରୁ ରକ୍ତ ବାହାରିଥିବା ବେଳେ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବିଲ ମଝିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ୱର: ବିଲ ମଝିରୁ ଯୁବକଙ୍କ ମୃତଦେହ ଉଦ୍ଧାର। ସୋର ଥାନା ମଧୁସୂଦନପୁର ପଂଚାୟତ ଖଜୁରୀଡିହା ଗ୍ରାମରେ ଯୁବକଙ୍କ ମୃତଦେହ ବିଲ ମଝିରୁ ଠାବ କରାଯାଇଥିବା ବେଳେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଧିରଜ ଜେନା ଏହି ଗ୍ରାମରେ ତାଙ୍କ ଶଶୁର ପ୍ରଭାକର ଜେନାଙ୍କ ଘରେ ଦୀର୍ଘ ବର୍ଷଧରି ରହିଆସୁଥିଲେ। ଗତକାଲି ସନ୍ଦ୍ୟାରୁ ଘରୁ ବାହାରକୁ ଯାଇଥିବା ବେଳେ ବିଳମ୍ବିତ ରାତ୍ରି ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ଆଉ ଖୋଜାଖୋଜି କରିନଥିଲେ।
Download Argus News App
