ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବରି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କମ୍ପଗଡ଼ ଗ୍ରାମର ସ୍ୱର୍ଗତ ବନମାଳି ଦାଶଙ୍କ ପୁଅ ମୁକୁନ୍ଦ ପ୍ରସାଦ ଦାଶ, ପ୍ରାୟ ଏକ ବର୍ଷ ହେବ ରୋଜଗାର ନିମନ୍ତେ ସାଉଦି ଆରବ ଯାଇଥିଲେ । ମାତ୍ର ଦୁର୍ଭାଗ୍ୟଜନକ ଭାବେ ଗତ ଜାନୁଆରୀ 31 ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ମୁକୁନ୍ଦଙ୍କ ସାଙ୍ଗ ପରିବାର ଲୋକଙ୍କୁ ଜଣାଇଥିଲେ । ମୁକୁନ୍ଦଙ୍କ ପରିବାର ଲୋକ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ମୃତ୍ୟୁର କୌଣସି ସଠିକ୍ କାରଣ ଜାଣିପାରିନଥିଲେ । ଏପରିକି ସାହାଯ୍ୟ ମଧ୍ୟ କରିନଥିଲେ ।
ଶେଷରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କ ସାହାଯ୍ୟ ଲୋଡ଼ିଥିଲେ । ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ଫେବ୍ରୁଆରୀ 4 ତାରିଖରେ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ । ଗତକାଲି ମରଶରୀର ପହଞ୍ଚିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।