ROK THOK: ପୋଷା ଶୁଆଙ୍କ ଘୋଷା କଥା
ନବରଙ୍ଗପୁର: ଜଙ୍ଗଲରୁ ଅଚିହ୍ନା ବ୍ୟକ୍ତିର ମୃତଦେହ ଉଦ୍ଧାର । ନବରଙ୍ଗପୁର ଥାନା ଅନ୍ତର୍ଗତ କୁକୁଡ଼ାବାଇ ପଞ୍ଚାୟତର ବିଜରାଗୁଡ଼ା ଗ୍ରାମର କନ୍ୟାଶ୍ରମ ପଛ ପଟେ ଥିବା ଏକ ଜଙ୍ଗଲରେ ଜଣେ ଅଚିହ୍ନା ବ୍ୟକ୍ତିର ଗଳିତ ଶବକୁ ଉଦ୍ଧାର କରିଛି ପୋଲିସ । ଶବଟି ଜଙ୍ଗଲ ମଧ୍ୟରେ ଥିବା ଏକ ପାଖରୀ ନିକଟରେ ପଡ଼ିରହିଥିଲା ।
ଏଭଳି ଅବସ୍ଥାରେ ପୋଲିସ ତାକୁ ଉଦ୍ଧାର କରିଛି । ବିଜରାଗୁଡ଼ା ଗାଁର କିଛି ଲୋକ ଜଙ୍ଗଲକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଏହାକୁ ଦେଖି ଗ୍ରାମବାସୀ ଙ୍କୁ ଜଣାଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଗାଁରେ ଥିବା ଜଙ୍ଗଲରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା । ଶବଟି ଏଭଳି ଅବସ୍ଥାରେ 7 ଦିନରୁ ଉର୍ଦ୍ଧ ହୋବ ଜଙ୍ଗଲରେ ପଡିରହିଥିବାରୁ ପୁରାପୁରି ପଚିଶଢ଼ୀ ଦୁର୍ଗନ୍ଧ ବାହାରୁଛି । ବର୍ତ୍ତମାନ ସୁଦ୍ଧା ମୃତକର ପରିଚୟ ମିଳି ପାରିନାହିଁ ।