ସେଠାରୁ କିଛି ଅନୀତି ଦୂରରେ ଥିବା ପତ୍ରା ଜଙ୍ଗଲରେ ପୁରୁଷୋତ୍ତମ ର ମୃତ ଦେହ ପଡିଥିବା ଦେଖି ବାପା ଆନନ୍ଦ ମୋ ପୁଅକୁ ହତ୍ୟା କରିଥିବା ବେଳପଡା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ବେଳପଡା ପୋଲିସ ଘଟଣା ସ୍ତଲକୁ ଯାଇ ତଦନ୍ତ କରିଛି। ଘଟଣା ସମ୍ପର୍କରେବଲାଙ୍ଗିରରୁ ଏକ ସାଇଣ୍ଟିକଫିକ ଟିମ ଆସି ଅଧିକ ତଦନ୍ତ ଆରମ୍ଭ କରିଛି। ମୃତ ଦେହକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଏ ସମ୍ପର୍କରେ ପୋଲିସ ର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।
ତଅଲାର ପତ୍ରା ଜଙ୍ଗଲରୁ ମୃତ ଦେହ ଉଦ୍ଧାର ହତ୍ୟା ସନ୍ଦେହ

ଅର୍ଗସ ବ୍ୟୁରୋ: ବଲାଙ୍ଗିର ଜିଲ୍ଲାର ବେଳପଡା ଥାନା ଅନ୍ତର୍ଗତ ତଅଲା ଗାଁରେ ଏକ ଯୁବକର ମୃତ ଦେହ ନିକଟରେ ଥିବା ଏକ ପତ୍ରା ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଗତକାଲି ବର୍ଷ ର ସେସଦିନ ହୋଇଥିବାରୁ ଗାର କଲୋନୀ ପଡ଼ାର ଜୈନିକ ଯୁବକ ସେହି ଗ୍ରାମର ଆନନ୍ଦ ବେହେରାଙ୍କ ପୁଅ ପୁରୁଷୋତ୍ତମ ବେହେରାକୁ ଫୋନରେ ଡାକି ଭୋଜି କରିବା ପାଇଁ କହିଥିଲେ। ପୁରୁଷୋତ୍ତମ ସାଙ୍ଗ ମାନଙ୍କ ସହିତ ଭୋଜି କରିବାକୁ ଯାଇ ଆଉ ଘରକୁ ଫେରି ନ ଆସିବାରୁ ତାର ବାପା ଖୋଜିବାକୁ ଯାଇଥିଲେ। ଖୋଜାଖୋଜି କରିବା ବେଳେ ପୁରୁଷୋତ୍ତମ ଙ୍କ ବାଇକ ରାସ୍ତାକଡ଼ରେ ପଡିଥିବା ଦେଖି ବାପାଙ୍କ ସନ୍ଦେହ ବଢି ଯାଇଥିଲା।
Download Argus News App
