ସେହିପରି ଆଜି ଜଗତସିଂହପୁରରୁ ମଧ୍ୟ ନଦୀରୁ ଏକ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ପାରାଦୀପ ଅଠରବାଙ୍କୀ ନଦୀରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳକ ଜଣକ ମୁଣ୍ଡାପଡା ବସ୍ତିର ଦୀପକ ସିଂଙ୍କ ୭ ବର୍ଷର ପୁଅ ଗଣେଶ ବୋଲି ଜଣାପଡିଛି । ଗଣେଷ ଗତକାଲି ଠାରୁ ନିଖୋଜ ଥିବା ବେଳେ ଆଜି ନଦୀରୁ ମୃତଦେହ ଉଦ୍ଧାର କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି । ସୂଚନାମୁତାବକ, ଲୋକନାଥ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ୨ୟ ଶ୍ରେଣୀରେ ପଢ଼ୁଥିଲା ଗଣେଶ। ଗତକାଲି ସକାଳଠୁ ନିଖୋଜ ଥିଲେ । ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଗୋରାକବର ସ୍ଥିତ ମହାନଦୀରୁ ଅଚିହ୍ନା ଶବ ଉଦ୍ଧାର, ଲୋକଙ୍କ ନାହିଁ ନଥିବା ଭିଡ

କଟକ: କଟକ ଗୋରାକବର ସ୍ଥିତ ମହାନଦୀରୁ ଅଚିହ୍ନା ଶବ ଉଦ୍ଧାର ହୋଇଛି । ଶବଟି ଜଣେ ମହିଳାଙ୍କର ବୋଲି ଜଣାପଡିଛି । ନଈରେ ଶବ ଭାସୁଥିବା ଖବର ପାଇ ଉଦ୍ଧାର କଲା ବିଡାନାସୀ ଥାନା ପୋଲିସ । ମହିଳାଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ । ତାଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଚହଟାରୁ ଏହି ମୃତଦେହ ଭାସିକି ଆସିଛି ବୋଲି ଅନୁମାନ କରାଯାଉଛି । ଏହା ଆତ୍ମହତ୍ୟା କି ହତ୍ୟା କରି ନଈରେ ଫୋପଡ଼ା ଯାଇଛି ସେନେଇ କିଛି ଜଣାପଡିନାହିଁ । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ନଦୀ କୂଳରେ ଲୋକଙ୍କ ଅସମ୍ଭାଳ ଭିଡ ଲାଗିଛି ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
