କଟକରେ ସର୍ବାଧିକ ଦୁଇ ଚକିଆ ଯାନ ଗଚ୍ଛିତ ଥିବା ବେଳେ ଘରୋଇ ଚାରି ଚକିଆ ଯାନ ପ୍ରବଳ ମାତ୍ରାରେ ବ୍ୟବହାର ହେଉଛି। ଏଥିରୁ ନିର୍ଗତ ଧୁଆଁର ମାତ୍ରା ୨୭ ପ୍ରତିଶତ ରହିଛି ଯାହାକି ପିଏମ ୨.୫ ରେ ପହଂଚିଛି। କଟକ ସହରରେ ବାୟୁ ଗୁଣବତ୍ତା ଅସ୍ୱାସ୍ଥ୍ୟକର ରହିଛି ବୋଲି ୨୦୧୭ ମସିହାରେ ସିପିସିବି ରିପୋର୍ଟରେ କହିଛି।
ତେବେ ଏଭଳି ପରିସ୍ଥିତିରେ ଜନସାଧାରଣଙ୍କୁ ଯାନବାହାନ କମ ବ୍ୟବହାର କରିବାର ଆବଶ୍ୟକତା ଥିବା ବେଳେ ଏସିର କମ୍ ବ୍ୟବହାର, ସଠିକ୍ ଅଡିଆ ଆବର୍ଜନା ପରିଚାଳନା, ନିଜେ ସଚେତନ ହୋଇ ଅନ୍ୟଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ସ୍ୱେଛାସେବୀ ସଂଗଠନ ସ୍ଵିଚ ଅନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୁହାଯାଇଛି।ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ସରକାରଙ୍କ ସହ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: