ସେ ଉଠିବାରୁ ତାଙ୍କୁ କହିଥିଲେ BDO ଡାକୁଛନ୍ତି ଚାଲ। ତାଙ୍କ ମନରେ ସନ୍ଦେହ ହେବାରୁ ସେ ଯାଇନଥିଲେ ଫଳରେ ତାଙ୍କ ଘର ବାହାରେ ଖଣ୍ଡା, ଭୁଜାଲି, ଭଳି ମାରଣାସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାଫଳରେ ସେ ସେଇଠାରେ ପଡିଯାଇଥିଲେ ॥ ରଶ୍ମିଙ୍କ ପାଟି ଶୁଣି ପଡୋଶୀ ଉଠିଆସିବାରୁ ଅପରାଧୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ବର୍ତ୍ତମାନ ରଶ୍ମିରଞ୍ଜନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁସହ ଲଢେଇ କରୁଛନ୍ତି । ତାଙ୍କ ସ୍ତ୍ରୀ ଏନେଇ ରାଜନଗର ଥାନାରେ ଅଭିଯୋଗ କରିଲାପରେ ପୋଲିସ ଘାଟଣା ସମ୍ପର୍କରେ ଛାନଭିନ ଆରମ୍ଭ କରିଥିବା ଜଣାପଡିଛି ।