ଅର୍ଗସ ବ୍ୟୁରୋ : ସ୍ବର୍ଗତ ଭାଇସ ଆଡମିରାଲ ଶ୍ରୀ ହରିଲାଲ ଶର୍ମା, ପିଭିଏସ୍ଏମ୍ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀକୁ ସ୍ମରଣ କରିବା ପାଇଁ ନ୍ୟାଭି ଫାଉଣ୍ଡେସନ୍ ଏବଂ ଆଡମିରାଲ୍ ଶର୍ମା ଶତବାର୍ଷିକୀ କମିଟି ତରଫରୁ ଆଜିଠାରୁ ମାସେ ବ୍ୟାପୀ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ଏହି ଅବସରରେ ତାଙ୍କ ଲିଖିତ ବହୁ ପ୍ରଶଂସିତ ଓଡ଼ିଆ ପୁସ୍ତକର ଉନ୍ମୋଚନ ସହ ପୋଷ୍ଟକାର୍ଡର ଏକ ସେଟ୍, ଏକ କଫି ଟେବୁଲ୍ ବୁକ୍, ଭାରତ ମହାସାଗରରେ ନାଭାଲ୍ ଷ୍ଟ୍ରାଟେଜୀ ଉପରେ ଏକ ସେମିନାର୍ ଯୋଜନା କରାଯାଇଛି ।
୧୯୭୧ ଯୁଦ୍ଧରେ ଉପ-ଆଡମିରାଲ୍ ଶର୍ମା ଫ୍ଲାଗ୍ ଅଫିସର କମାଣ୍ଡିଂ ଇଷ୍ଟର୍ଣ୍ଣ ଫ୍ଲିଟ୍ ଥିଲେ । ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ରେ ମଧ୍ୟ କାର୍ଯ୍ୟ କରିଥିଲେ । ଭାରତୀୟ ନୌସେନାରେ ୩୫ ବର୍ଷ ସେବା କରିବାର ଗୌରବମୟ ଅଧ୍ୟାୟ ଛାଡିଯାଇଥିଲେ । ପୁସ୍ତକ "ମୋର ସାଗର ଜୀବନ ସ୍ମୃତି", ତାଙ୍କର ବହୁଚର୍ଚ୍ଚିତ ପୁସ୍ତକ " ମାଇଁ ଇୟରସ୍ ଆଟ ସି " ର ଓଡିଆ ଅନୁବାଦ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଦ୍ବାରା ପ୍ରକାଶିତ ହୋଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।