ଗୋଟିଏ ପରେ ଗୋଟିଏ ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକୁ ନିୟନ୍ତ୍ରଣକୁ ନେଉଛି ଋଷ । ୟୁକ୍ରେନର ଏକାଧିକ ସାମରିକ ମୁଖ୍ୟାଳୟ, ହସ୍ପିଟାଲ, ସ୍କୁଲ ଓ ଆବାସିକ କୋଠାକୁ ଋଷ ସେନା ମାଟିରେ ମିଶାଇ ଦେଇଛନ୍ତି। ଚାରିଆଡେ କେବଳ ଭଙ୍ଗାଘର ଏବଂ ଶୂନଶାନ ସଡ଼କ । ହତାଶା, ନିରାଶ, ଆତଙ୍କ ଭିତରେ ୟୁକ୍ରେନ୍ ।
ରୋଜଗାର, ପରିବାର, ସମ୍ପତ୍ତି ସବୁକିଛି ଧ୍ବଂସ ହୋଇଯାଇଛି । ଅନ୍ୟପଟେ ରୁଷର ୨୫୧ଟି ଟ୍ୟାଙ୍କ ନଷ୍ଟ କରିଛି ୟୁକ୍ରେନ୍ ସେନା। ସେହିପରି ସମ୍ମୁଖ ଯୁଦ୍ଧରେ ରୁଷ ୯ ହଜାରରୁ ଅଧିକ ଯବାନଙ୍କୁ ହରାଇଥିବା କୁହାଯାଉଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ହେଉଥିଲେ ବି କୌଣସି ନିସ୍କର୍ଷ ବାହାରି ପାରୁନାହିଁ ।