ଗତ ରାତିରେ ତାଙ୍କ ମୃତ୍ୟୁ ଘଟିଛି। ଘଟଣାରେ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ଏଠାରେ ବେଆଇନ ଭାବେ ବାଣ ତିଆରି ଚାଲିଥିବା ପ୍ରଶାସନ ସ୍ୱୀକାର କରିଥିବା ବେଳେ ଅଘଟଣକୁ ଗମ୍ଭୀରତାର ସହ ନିଆଯାଇଥିବା କହିଛନ୍ତି ଅଗ୍ନିଶମ ବିଭାଗ ଡିଜି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଉ କେତେ ଜୀବନ ଗଲା ପରେ ଚେତିବେ ସରକାର? କେବେ ବେଆଇନ ବାଣ ତିଆରି ଉପରେ ଲାଗିବ କଟକଣା। ଏଥିରେ ଯାଉଛି ଜଣଙ୍କ ପରେ ଜଣଙ୍କ ଜୀବନ।

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା। ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି। ଏସସିବି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଦୋଳଗୋବିନ୍ଦ ବେହେରାଙ୍କ ମୃତ୍ୟୁ। ସେପଟେ ଘଟଣାର ତଦନ୍ତ କରୁଛି ପୋଲିସ। ସୋମବାର ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଦୋଳଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।

ନୂଆଦିଲ୍ଲୀ: ଆଜି ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ। ଇଂଲଣ୍ଡର ଓଭାଲ ମୈଦାନରେ ଲଢ଼ିବେ ଭାରତ- ଅଷ୍ଟ୍ରେଲିଆ। ପ୍ରାୟ ଦଶନ୍ଧିର ଅପେକ୍ଷାରେ ବିରାମ ଲାଗିବା ନେଇ ପ୍ରତିଟି ଭାରତୀୟଙ୍କ ମନରେ ଆଶା ଓ ଉତ୍ସାହ। ପୂର୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ନ୍ୟୁଜିଲାଣ୍ଡା ଠାରୁ ପରାସ୍ତ ହୋଇଥିଲା ଭାରତ।
ହେଲେ ପୂର୍ବଥର ଅପେକ୍ଷା ଚଳିତ ଥର ଭାରତୀୟ ଟିମରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତଙ୍କ ନେତୃତ୍ବରେ ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଝିଙ୍କ୍ୟ ରାହାଣେ, ରବିନ୍ଦ୍ର ଜାଡେଜା, ଅଶ୍ବିନ୍, ଅକ୍ଷର ପଟେଲ, ଇଶାନ କିସନ, ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ ସାର୍ଦୁଲ ଠାକୁର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା ନେଇ ଆକଳନ କରାଯାଉଛି। ଅନ୍ୟପଟେ ପ୍ୟାଟ କମିନ୍ସଙ୍କ ଅଷ୍ଟ୍ରେଲିଆ ଦଳ ମଧ୍ୟ ସୁଦୃଢ଼ ଥିବାରୁ ଦୁଇ ଦଳ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି।
ଅଧିକ ପଢନ୍ତୁ ଖେଳ ଖବର

ନୂଆଦିଲ୍ଲୀ: ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ପ୍ରତିବର୍ଷ ଜୁନ ୭ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ। ଯାହାର ଉଦ୍ଦେଶ୍ୟ ହେଉଛି ଖରାପ ଓ ଦୂଷିତ ଖାଦ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବା। ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଲୋକଙ୍କ ଖାଦ୍ୟ ଅଭ୍ୟାସ ଓ ଆବଶ୍ୟକତାକୁ ଦେଖିଲେ, ବର୍ତ୍ତମାନ ଅନେକ ଜିନିଷ ତିଆରିର ପ୍ରଣାଳି ବଦଳି ଯାଇଛି। ସେଥିରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି। ତେଣୁ ଦୂଷିତ ଖାଦ୍ୟ ଓ ଜଳର କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ ୭ ତାରିଖ ଦିନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ।
୨୦୧୭ ଡିସେମ୍ବରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ୨୦୧୭ ଜୁଲାଇରେ ଖାଦ୍ୟ ଓ କୃଷି ସଙ୍ଗଠନ ସମ୍ମିଳନୀର ୪୦ତମ ଅଧିବେଶନରେ ଗ୍ରହଣ କରାଯାଇଥିବା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକଳ୍ପକୁ ସମର୍ଥନ ଜଣାଇଥିଲା। ଏହା ପରେ ମିଳିତ ଜାତିସଂଘର ସାଧାରଣ ସଭାର ୭୩ତମ ଅଧିବେଶନର ଦ୍ୱିତୀୟ କମିଟି ସମ୍ମୁଖରେ ଏହି ସଂକଳ୍ପ ରଖାଯାଇଥିଲା, ଯାହା ସାଧାରଣ ସଭା (UNGA) ଦ୍ୱାରା ଗ୍ରହଣ କରାଯାଇଥିଲା । ଏହାପରେ ପ୍ରତିବର୍ଷ ଜୁନ୍ ୭ ତାରିଖକୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଯୋଗାଇବା। ଏଥର ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ବିଷୟବସ୍ତୁ ହେଉଛି food standard save lives ଅର୍ଥାତ୍ ଜୀବନ ରକ୍ଷା କରେ ଖାଦ୍ୟର ମାନ।
ଅଧିକ ପଢନ୍ତୁ ଭାରତ ଖବର

ଅର୍ଗସ ବ୍ୟୁରୋ : ଆସନ୍ତା ବର୍ଷରୁ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଯାଉଛନ୍ତି ଆସାମ ସରକାର। ଦଶମ ପରୀକ୍ଷା କେବଳ ସ୍କୁଲ ସ୍ତରରେ ଆୟୋଜିତ ହେବ। ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ମୁତାବକ ଏହି ବ୍ୟବସ୍ଥା ଲାଗୁ କରାଯିବ। ଆସାମ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନେଇ ଘୋଷଣା କରିଛନ୍ତି । ଏହାସହ ଖୁବଶୀଘ୍ର ଆସାମ ଶିକ୍ଷାବୋର୍ଡ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ : ଆସାମ ଗୌହାଟିରେ ଭୂମିକମ୍ପ ଝଟ୍କା
10ମ ପରୀକ୍ଷା ଆସାମ ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ବାରା ଆୟୋଜିତ କରାଯାଇଥାଏ. ସେହିଭଳି ଯୁକ୍ତ ୨ ପରୀକ୍ଷା ଆସାମ ଉଚ୍ଚତର ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା କରାଯାଇଥାଏ.
