ସମାଜର ଅନ୍ତିମ ସୋପନରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ । ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କର ଅନୁଗାମୀ ଭାବେ କେନ୍ଦ୍ର ସରକାରଙ୍କର ସମସ୍ତ ଗରୀବକଲ୍ୟାଣ ଯୋଜନାଗୁଡିକର ସୁଫଳ ସାଧାରଣ ଲୋକଙ୍କ ପହଂଚାଇବା ଆମ ସମସ୍ତଙ୍କର ପ୍ରାଥମିକତା ଏବଂ ଏହା କରିପାରିଲେ ପଣ୍ଡିତ୍ ଦୀନଦୟାଲଜୀଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇପାରିବ ବୋଲି ଆଜି ଏକାତ୍ମ ମାନବବାଦ୍ର ପ୍ରତିଷ୍ଠାତା ତଥା ଜନସଂଘର ପ୍ରତିଷ୍ଠାତା ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ୧୦୬ ତମ ଜୟନ୍ତୀ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ସୁରମା ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୂବନାନନ୍ଦ ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ପଣ୍ଡିତଜୀଙ୍କୁ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ବନ୍ଦେ ମାତରଂ ଗାନ କରାଯାଇଥିଲା ।
ଏହି ଅବସରରେ କ୍ଷୀରୋଦ୍ କୁମାର ଜେନା, ଜିତେନ୍ଦ୍ର କୁମାର ନାଏକ, ଖଗେଶ୍ୱର ଖଣ୍ଡାୟତରାୟ, ପାରେଶ୍ୱର ଖଣ୍ଡାୟତରାୟ, ପ୍ରକାଶ ଚନ୍ଦ୍ର ବେତାଲା, ସତ୍ୟଦେବ ପୋଦ୍ଦାର୍, ବେଲାରାଣୀ ଧଳ, ରାଧେଶ୍ୟାମ ଅଗ୍ରୱାଲ, ଆଦିତ୍ୟ ମିଶ୍ର, ସରୋଜ ବିହାରୀ ମହାନ୍ତି, ବିଜୟରାମ ସେନାପତି, କିଶୋର ଚନ୍ଦ୍ର ସ୍ୱାଇଁ, ଚକ୍ରପାଣି ମିଶ୍ର, ସୁଷମା ପଟ୍ଟନାୟକ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୈାକନ ଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ-୨୦୨୧ ସମ୍ମାନରେ ସମ୍ମାନିତ କରାଯାଇଥିଲା ।