ମେ 10 ରେ ହେବ ଝାରସୁଗୁଡା ଉପନିର୍ବାଚନ । ସେହିପରି ମେ 13 ରେ ଭୋଟ୍ ଗଣତି ହେବ । ଏପ୍ରିଲ 13 ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏପ୍ରିଲ 20 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ, 21 ରେ ଯାଞ୍ଚ ହେବାବେଳେ 24 ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହର ହେବା ନେଇ ତାରିଖ ଘୋଷଣା ହୋଇଛି ।
ସେପଟେ ହତ୍ୟା ଉପରୁ ଏ ପର୍ଯ୍ୟନ୍ତ ପର୍ଦ୍ଦା ଫାସ ହୋଇନଥିବାବେଳେ ଉପନିର୍ବାଚନ ହେବାକୁ ଯାଉଛି । ଯାହାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହେଉଛନ୍ତି । ସେ ବିଧାନସଭାରେ ହେଉ କି ବିଧାନସଭା ବାହାରେ ହେଉ ବିରୋଧୀ ଶାସକ ମୁହାଁମୁହିଁ ହେଉଛନ୍ତି । ତେବେ ଏହି ନିର୍ବାଚନ ଖୁବ ଗୁରୁତ୍ୱପୂର୍ଣ୍ଣ ଏବଂ ରୋଚକ ମୋଡ ନେବ ବୋଲି କୁହାଯାଉଛି ।