ଶ୍ରଦ୍ଧା ସହିତ ଲିଭ ଇନ ରିଲେସନସିପରେ ରହିବା ପରେ ମଧ୍ୟ ଅଫତାବ ଅନ୍ୟ ଯୁବତୀ ମାନଙ୍କ ସହ ସମ୍ପର୍କ ଛାଡି ନ ଥିଲା । ସେ ଏହି ବମ୍ବଲ ଡେଟିଂ ଆପ ସହିତ ଅନ୍ୟ ଡେଟିଂ ଆପ ଜରିଆରେ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ସ୍ଥାପିତ କରୁଥିଲା ।
ଜାତୀୟ ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ଶ୍ରଦ୍ଧାକୁ ବିଭତ୍ସତାର ସହ ହତ୍ୟା କରିବା ପରେ ସେ ପୁଣି ଥରେ ନୂଆ ଝିଅଙ୍କୁ ନିଜ ଜାଲରେ ଫସାଇବା ପାଇଁ ସକ୍ରିୟ ହୋଇ ସାରିଥିଲା । ଏହି ରିପୋର୍ଟରେ କୁହାଯାଇଛି ଜଣେ ଯୁବତୀ ତାକୁ ତାଙ୍କର ଘରକୁ ଡାକିବାର ଥିଲା, ହେଲେ ତା ପୂର୍ବରୁ ଶ୍ରଦ୍ଧା ହତ୍ୟାକାଣ୍ଡର ଖୁଲାସା ହୋଇଯାଇଥିଲା । ଏହା ଦ୍ୱାରା ଉକ୍ତ ଯୁବତୀ ଅଭିଯୁକ୍ତର ନୂଆ ଶୀକାର ହେବାରୁ ଅଳ୍ପକେ ବର୍ତି ଯାଇଥିଲେ ।
ମାମଲାର ଜାଂଚ କରୁଥିବା ପୋଲିସ ଅଧିକାରୀ ମାନଙ୍କ କହିବା ଅନୁସାରେ ଏବେ ସେମାନେ ଏହି ଡେଟିଂ ଆପ ଓ ହ୍ୱାଟସଆପର ତଥ୍ୟକୁ ଖୋଜୁଛନ୍ତି ।
ଏବେ ଆଫତାବ ପୋଲିସକୁ ବାରମ୍ବାର ଭ୍ରମିତ କରିବାକୁ ଚେଷ୍ଟା କରୁଥିବାରୁ ପୋଲିସ ତାର ସବୁ କଥାକୁ ବିଶ୍ୱାସ କରୁ ନାହିଁ । ହତ୍ୟାର ଉଦ୍ଦେଶ୍ୟ କଣ ଥିଲା ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି ଯାହା ଫଳରେ ମାମଲା ମଜବୁତ ହେବ । ଏଥି ପାଇଁ ପୋଲିସ ତଥ୍ୟ ପ୍ରମାଣ ଏକାଠି କରିବାକୁ ଚେଷ୍ଟା କରୁଛି । ପୋଲିସ ଜାଂଚ ବେଳେ ମନୋଚିକିତ୍ସକଙ୍କ ସାହାଯ୍ୟ ମଧ୍ୟ ନେଉଥିବା ଜଣା ପଡୁଛି । ଶ୍ରଦ୍ଧାର ହତ୍ୟା ପରେ କେଉଁ କେଉଁ ଝିଅ ଅଫତାବର ଫ୍ଲାଟକୁ ଆସିଥିଲେ ତାହାର ଜାଂଚ କରିବା କାମରେ ପୋଲିସ ଲାଗିଛି ।