ଅଧିକ ପଢନ୍ତୁ :ଆଃ...କେଡେ ଭାଗ୍ୟ, ସିଂହଦ୍ୱାରରେ ନୃତ୍ୟ ପରିବେଷଣ କରୁଛନ୍ତି ଭକ୍ତ
ମୁଁ ସାଙ୍ଗରେ ବାଲଗୋପାଳଙ୍କୁ ନେଇ ଆସିଛି। ଇଏ ଆମର ଠାକୁର ନୂହଁ ବରଂ ନିଜର ଘରର ଛୋଟ ପିଲା ଭାବେ ରହିଛନ୍ତି। ଜୁଆଡେ ତୀର୍ଥ ସ୍ଥଳ ଯାଉଛୁ ବାଲଗୋପାଳକୁ ନେଇକି ଯାଉଛୁ। ଦୀଲ୍ଲିର କୁସୁମ ତୋମାର ଶ୍ରୀମନ୍ଦିର ଆସିଥିବା ବେଳେ ନିଜ ସହ ଆସିଥିବା ବାଲଗୋପାଳଙ୍କୁ ନେଇ ଏଭଳି କହିଛନ୍ତି। ନିଜ ପାରିବାରିକ ସଂସାର ସହିତ ବାଲଗୋପାଳଙ୍କୁ ସାମିଲ କରି ଆଧ୍ୟାତ୍ମିକତାର ଉତ୍କର୍ଷତା ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି।
ଅଧିକ ପଢନ୍ତୁ ଧାର୍ମିକ ଖବର :
ମହାପ୍ରଭୁଙ୍କ ନିତି ଆଦର୍ଶକୁ ଗ୍ରହଣ କରିବାର ଏହା ଏକ ସହଜ ଉପାୟ। ଏହାଦ୍ବାରା ସମଗ୍ର ପରିବାର ଉପରେ ଏହାର ସୁପ୍ରଭାବ ପଡିଥାଏ। ଏହାକୁ ନେଇ ଦୈନନ୍ଦିନ ଜୀବନ ଧାରଣ ସହିତ ବାଲଗୋପାଳଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିଛୁ। ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବାରୁ ବାଲଗୋପାଳ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବେ ଆଉ ମୁଳଶ୍ରୀବିଗ୍ରହଙ୍କର ମଧ୍ୟ ତାଙ୍କ ଉପରେ ଦୃଷ୍ଟି ପଡିବ। ଏଭଳି ନିଆରା ପରମ୍ପରା ସମସ୍ତଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି ଏହି ମହିଳା ଭକ୍ତ।