କସ୍ତୁରୀ ପଟ୍ଟନାୟକଙ୍କ ଘର ଭୁବନେଶ୍ଵରରେ । ସେ ପୂର୍ବରୁ ସ୍ପିଚ୍ ଥେରାପି ଶିକ୍ଷା ଦେଉଥିଲେ । କରୋନା ମହାମାରୀ ପାଇଁ ସେହି କାର୍ଯ୍ୟ ବନ୍ଦ ରହିଲା । ସେହି ସମୟରେ ଘର ଚଳାଇବା ଏବଂ ଆତ୍ମ ନିର୍ଭରଶୀଳ ହେବା ପାଇଁ ଖାଦ୍ୟ ହୋମ ଡେଲିଭରୀ ସେ ଆରମ୍ଭ କଲେ । ନିଜେ ରୋଷାଇ କରି ସେ ଡେଲିଭରୀ କରନ୍ତି। ଯାହା ତାଙ୍କୁ ସ୍ଵାବଲମ୍ବୀ ହେବାର ସହଯୋଗ କଲା ଏବଂ ସେ ପାଲଟି ଗଲେ ଡେଲିଭରୀ ଗାର୍ଲ । ସେ ଏହି କାମ 5 ମାସ ହେବ ଆରମ୍ଭ କରିଛନ୍ତି । ଆଗରୁ ଗୋଟିଏ ଗୋଟିଏ ଅର୍ଡର ଆସୁଥିବା ବେଳେ ଏବେ ଦିନକୁ 35ରୁ ଅଧିକ ଅର୍ଡର ଆସୁଛି । ମିଳିଥିବା ଅର୍ଡରକୁ ଦିନ 12ଟା ଭିତରେ ନେଇ ବାହାରି ଯାଆନ୍ତି । ଲକଡାଉନରେ ତାଙ୍କର ଜଣେ ଭାଇ ଓ ସେ ଘରେ ରହିଥିଲା ବେଳେ ସେ ଚାହିଁଥିଲେ ଲୋକଙ୍କୁ ଘର ଖାଦ୍ୟ ଦେବାପାଇଁ ଏବଂ ଧିରେ ଧିରେ ସେ ଏହି କାମ ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି। କସ୍ତୁରୀ କୁହନ୍ତି କେଉଁ କାମ ଛୋଟ ନୁହେଁ । ପୁଅ ମାନଙ୍କ ପରି ଝିଅ ଟିଏ ମଧ୍ୟ ସବୁ କାମ କରିପାରିବ । ସେ ଆଜି ଯାହା ବି କରୁଛନ୍ତି ପରିବାରର ସହଯୋଗରେ ଏବଂ ଆଗକୁ ଏହାକୁ ବଢାଇ ମହିଳା ମାନଙ୍କୁ ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।
ଭୁବନେଶ୍ଵର: ଆଜିର ଆଧୁନିକ ଯୁଗରେ ସବୁ କାମ ଅନଲାଇନରେ ଖୁବ ସହଜରେ ହେଉଯାଉଛି। ଖାଇବା ଠାରୁ ଆରମ୍ଭ କରି ଡ୍ରେସ୍ ପର୍ଯ୍ୟନ୍ତ କେବଳ ଗୋଟିଏ କ୍ଲିକରେ ଆମ ପାଖରେ ଆସି ପହଞ୍ଚି ଯାଉଛି । ତେବେ ଏହି ସବୁ କାମ ବିଶେଷ କରି ପୁଅମାନେ କରିଥାନ୍ତି, କିନ୍ତୁ ଡେଲିଭରୀ ବୟଙ୍କ କାମ ଝିଅ ଟିଏ ବି କରିପାରିବ । ଏହି କଥାକୁ ପ୍ରମାଣିତ କରି ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି କସ୍ତୁରୀ ପଟ୍ଟନାୟକ। ଆଉ ପାଲଟିଯାଇଛନ୍ତି ଭୁବନେଶ୍ଵରର ଡେଲିଭରୀ ଗାର୍ଲ । କସ୍ତୁରୀ ସକାଳ ହେବା ମାତ୍ରେ ବଜାର ଯାଇ ପରିବା ପତ୍ର ,ମାଛ,ମାଂସ ଆଣି ଘରେ ରୋଷେଇ ଆରମ୍ଭ କରିଦିଅନ୍ତି । ଯାହାର ଯାହା ଅର୍ଡର ଥାଏ ତାକୁ ନିଜେ କସ୍ତୁରୀ ରୋଷେଇ କରିଥାନ୍ତି ।ରୋଷାଇ ସରିବା ପରେ ତାକୁ ପ୍ୟାକ କରି ଖାଦ୍ୟ ସବୁ ଡେଲିଭରୀ ଦେବା ପାଇଁ ବାହାରି ଯାଆନ୍ତି । ସ୍କୁଟିରେ ଘର ଘର ବୁଲି ସେ ଡେଲିଭରୀ ଦେବାକୁ ଯାଆନ୍ତି।
