ଏହି ଘଟଣାକୁ ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରକାର ତଥ୍ୟ ବାହାରକୁ ଆସିପାରିନାହିଁ ବୋଲି ପରିବାର ଲୋକେ ଦାବି କରିଆସୁଛନ୍ତି । ଏହାକୁ ନେଇ ଭାରତୀୟ କମ୍ୟୁନିଷ୍ଟପାର୍ଟି ମାକ୍ସବାଦୀ ଗଜପତି ଜିଲ୍ଲା ତରଫରୁ ଏକ ରାଲି ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନସନ ଜାରି କରିଛନ୍ତି ।
ଏହାସହ ସେମାନେ ଏକ ୫ ଦଫା ବିଶିଷ୍ଟ ଦାବି ମଧ୍ୟ ଉପସ୍ଥାପନ କରିଛନ୍ତି । ସେହି ଦାବି ଗୁଡିକ ମଧ୍ୟରେ ରହିଛି ସୌଦାମିନୀ ରଇତଙ୍କ ମୃତ୍ୟୁର ତଦନ୍ତ ତୁରନ୍ତ କରିବା, ଦୋଷୀଙ୍କ ଦଣ୍ଡାଦେବା, ସୌଦାମିନୀ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବା , ସୌଦାମିନୀ ପରିବାର ଗୋଟିଏ ବ୍ୟକ୍ତିଙ୍କୁ ସରକାରୀ ଚାକିରୀ ଦେବା, ସୌଦାମିନୀ ରଇତଙ୍କ ସାନ ଭଉଣୀ ସ୍ନିଗ୍ଧାରାଣୀ ରଇତଙ୍କୁ ଅଷ୍ଟମ ଶ୍ରେଣୀରେ ନବୋଦୟ ବିଦ୍ୟାଳୟ ବ୍ୟତୀତ ଅନ୍ୟ ବିଦ୍ୟାଳୟରେ ସ୍ଥାନ ଦେବା । ନ ହେଲେ ଆଗାମୀ ୧୭ ତାରିଖ ଦିନ ପାରଳାଖେମୁଣ୍ଡି ସହର ବନ୍ଦ କରାଯିବ ବୋଲି କୁହାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...