ଚଣ୍ଡିଖୋଲ ଠାରୁ କୁଆଖିଆ ରାସ୍ତା ପର୍ଯ୍ୟନ୍ତ। ରାସ୍ତା ପାର୍ଶ୍ବରେ ତରଭୁଜ ବେପାରୀ ଙ୍କ ଅସାର ଜମିଗଲାଣି I ତରଭୁଜ ଗୋଦାମରେ ଭଳିକି ଭଳି ତରଭୁଜ I ଗାଡ଼ିରୁ ଅନଲୋଡ଼ କରାଯାଉଛି, ପୁଣି ବିକ୍ରି ପାଇଁ ଗାଡ଼ିରେ ମଧ୍ୟ ଲୋଡ଼ କରଯାଉଛି I ଖରାଦିନ ଆରମ୍ଭରୁ ଗୋଦାମ ରେ ବେପାରୀଙ୍କ ଭିଡ଼ ଦେଖିବାକୁ ମିଳିଲାଣି I ଯେତିକି ତରଭୁଜ ବିଲରୁ ବାହାରୁଛି ସେତକ ଗୋଦାମ ରେ ଦେଉଛନ୍ତି I ଗୋଦାମ ମାଲିକ ଏହି ସବୁ ତରଭୁଜ ସ୍ଥାନୀୟ ବଜାର ଓ ବାହାର ରାଜ୍ୟ କୁ ବିକ୍ରି ପାଇଁ ପଠାନ୍ତି I ଆଉ କିଛି ବାହାର ରାଜ୍ୟରୁ ମଧ୍ୟ ତରଭୁଜ ଆଣି ଏହିଠାରେ ବିକ୍ରି କରିଥାନ୍ତି I
ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରୁ କୁଆଖିଆ 16ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ତରଭୁଜ ବେପାରୀ ଖୋଲିଲେଣି ତରଭୁଜ ପସରା I ଯେତେ ଖରା ବଢୁଛି ସେତେ ଅଧିକ ବେପାର I ଦୋକାନ ଆଗରେ ଗାଡି ଲାଗୁଛି I ତରଭୁଜ ର ମୁଲଚାଲ କରୁଛନ୍ତି I ତରଭୁଜ ଖାଉଛନ୍ତି I ଗୋପାଳପୁର ର ତରଭୁଜର ଚାହିଦା ଖାଲି ଯାଜପୁର ନୁହେଁ ଆମ ରାଜ୍ୟ ଓ କୋଲକାତା, ଆସାମ,ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରେ ରହିଛି I ତେଣୁ ଯେତେବେଳେ ବାହାର ରାଜ୍ୟର ଯାତ୍ରୀ ଏହିବାଟରେ ଯିବା ଆସିବା ବେଳେ ଏହିଠାରେ ଅଟକିଯାନ୍ତି ଓ ତରଭୁଜ ଖାଇ ମଜାନିଅନ୍ତି I ଘରକୁ ଗଲାବେଳେ ସାଙ୍ଗରେ ତରଭୁଜ ନେଇଯାନ୍ତି I
ଗତ ଦୁଇ ବର୍ଷ ତଳେ ମହାମାରୀ କରୋନା ଯୋଗୁ ଏହି ଚାଷ ଏକ ରକମ ବନ୍ଦ ହୋଇଯାଇଥିଲା । ଚଳିତ ବର୍ଷ ଖରା ବଢ଼ୁଥିବାରୁ ଗ୍ରାହକ ଙ୍କ ଚାହିଦା କୁ ଦେଖି ଏହି ବର୍ଷ ଚାଷୀ ଓ ବ୍ୟବସାୟୀ ଦୁଇ ପଇସା ପାଇବେ ବୋଲି ଆଶା ବାନ୍ଧିଛନ୍ତି I