ଏଥିପାଇଁ ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ଗତ ୨୦୧୯ରେ ପାରିଶ୍ରମିକ ବୃଦ୍ଧି ସହ ସରକାରୀ କର୍ମଚାର ମାନ୍ୟତା ଦେବା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା । ସରକାର ସେହି ସମୟରେ ସମସ୍ତ ଦାବି ପୁରଣ ନେଇ ପ୍ରତିଶ୍ରୁତି ଦେଇଥିଲେ । ଯାହା ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କୋଭିଡ କଟକଣା ଯୋଗୁଁ ଏହି ସଂଘର ଦାବି ପ୍ରତି ଗୁରୁତ୍ୱ ଦିଆଯାଇ ନଥିଲା ଓ ଆଜି ପର୍ଯନ୍ତ ଅଙ୍ଗନୱାଡି କର୍ମୀଙ୍କ ଦାବି ପ୍ରତି ଅଣଦେଖା କରାଯାଇଛି । ତେଣୁ ଅଙ୍ଗନୱାଡି କର୍ମୀଙ୍କୁ ୨୧ ହଜାର ଏବଂ ସହାୟିକାଙ୍କୁ ୧୦ ହଜାର ପାରିଶ୍ରମିକ ଦେବା ସହ ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ଦେବା ପାଇଁ ସଂଘ ଦାବି କରିଛି । ଏହାସହ ଦିନକୁ ଦିନ ବଜାର ଦର ବୃଦ୍ଧି ଘଟୁଛି । ତେଣୁ ରନ୍ଧନ ଖାଦ୍ୟ ପାଇଁ ଦିଆଯାଉଥିବା ଅର୍ଥ ବୃଦ୍ଧି କରିବା ପାଇଁ ସଂଘ ଦାବି କରିଛି । ଏ ସମସ୍ତ ଦାବି ପୁରଣ ନେଇ ରାଜ୍ୟ ସଂଗଠନର ଡାକରାରେ ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ ଜିଲ୍ଲା ୱାରି ଧାରଣା ଜାରି ରହିଥିବା ବେଳେ ଅଙ୍ଗନୱାଡି କର୍ମୀ କେନ୍ଦ୍ରକୁ ଯିବା ବଦଳରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଡାକରା ଦେଇଛି । ତେବେ ଧାମନଗର ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନର ତରଫରୁ ଆଜି ମଧ୍ୟ ଧାରଣା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶିଶୁ ବିକାଶ ସେବା କାର୍ଯ୍ୟାଳୟ ଆଗରେ ବସିଥିବା ଦେଖିବାକୁ ମିଳିଛି। ୩୫୫ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀମାନେ ଏହି ଧାରଣାରେ ବସିଥିବା ଦେଖିବାକୁ ମିଳିଛି।
ଦାବି ପୂରଣ ନହେବାରୁ ଅଙ୍ଗନୱାଡିକର୍ମୀଙ୍କ ଧାରଣା

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ଧାମନଗର ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନର ଧାରଣା। ଦୀର୍ଘ ଦିନରୁ ସୀମିତ ପାରିଶ୍ରମିକରେ ବିଭିନ୍ନ ପ୍ରତିକୁଳ ପରିସ୍ଥିତିରେ ଗାଁମାନଙ୍କରେ ରହି ଶିଶୁ ବିକାଶ ଯୋଜନାରେ କାର୍ଯ୍ୟ କରୁଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟିକା । ପାରିଶ୍ରମିକ ତୁଳନାରେ ଦିନକୁ ଦିନ କାର୍ଯ୍ୟର ଭାର ବୃଦ୍ଧି ପାଉଛି । ପ୍ରାକ୍ ବିଦ୍ୟାଳୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ମିଶନ ଶକ୍ତି ଭଳି ବିଭାଗର ସମସ୍ତ କାର୍ଯ୍ୟ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ସମ୍ପାଦିତ କରାଯାଉଛି ।
Download Argus News App
