ବ୍ଲକର ୨୯ ଗୋଟି ପଂଚାୟତର ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭବ୍ୟ ତାଲିକାରେ ବାଦ ଥିବା ବେଳେ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିବା ଅଭିଯୋଗ କରିଛି ବିଜେପି l ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବିଂଝାରପୁର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏଥିସହ ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ନକରିଲେ ବିଜେପି ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି l
ସମୀର ମହାନ୍ତିଙ୍କ ନିର୍ଦେଶ କ୍ରମେ ବିକ୍ଷୋଭ ଓ ଗଣଧାରଣା

ଯାଜପୁର: ରାଜ୍ୟର ୩୧୪ ବ୍ଲକରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନିର୍ଦେଶ କ୍ରମେ ବିକ୍ଷୋଭ ଓ ଗଣଧାରଣା ଦିଆଯାଉଛି l ଏହି କ୍ରମରେ ଯାଜପୁର ବିଂଝାରପୁର ବ୍ଲକ କାର୍ଯ୍ୟାଳୟ ସମୁଖରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୟନ ପ୍ରକ୍ରିୟାରେ ଅନିୟମିତତା ନେଇ ବିକ୍ଷୋଭ ଓ ଗଣଧାରଣା ପ୍ରଦର୍ଶନ କରାଯାଇଛି l
Download Argus News App
