ଭୁବନେଶ୍ବରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୫୯କୁ ବୃଦ୍ଧି ପାଇଥିବା ବେଳେ ୫୮ଜଣ ଡେଙ୍ଗୁ ରୋଗୀଙ୍କ ପରିଚୟ ମିଳିନଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଅଗଷ୍ଟ ମାସରେ ୭୬୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ବର୍ତ୍ତମାନ ସୁଦ୍ଧା ୧୦୦୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ନିଳାଦ୍ରୀବିହାରରୁ ସର୍ବାଧିକ ୩୦୬ଜଣ, ନୟାପଲ୍ଲୀରୁ ୨୧୬, ୟୁନିଟ-୯ରୁ ୧୪୭, ଆଇଆରସି ଭିଲେଜ ଅଞ୍ଚଳରୁ ୧୬୦ ଓ ଜୟଦେବ ବିହାରରୁ ୭୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଭୁବନେଶ୍ବର ଉପକଣ୍ଠରୁ ମଧ୍ୟ ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
କାମ ଦେଉନି ବିଏମସିର ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ। ଅଧିକାଂଶ ରାସ୍ତା ,ଡ୍ରେନରେ ପାଣି ଜମୁଛି ଓ ନିଷ୍କାସନ ହେଉପାରୁନାହିଁ । ଯାହାକି ବିଏମସିର ପାରିବା ପଣିଆକୁ ପଦାରେ ପକାଉଛି। ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ବେଡ ନଥିବାରୁ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ରକ୍ତର ଅଭାବ ରହିଥିବା ସ୍ବୀକାର କରିଛନ୍ତି ଡାଇରେକ୍ଟର । ପୂର୍ବରୁ ଡେଙ୍ଗୁ ରୋଗୀଙ୍କ ପାଇଁ ୧୫ ଶଯ୍ୟା ଥିବା ବେଳେ ଏବେ ବଢି ୪୫ରେ ପହଞ୍ଚିଛି। କ୍ୟାପିଟାଲ ହସ୍ପିଟାଲ ତରଫରୁ ଖଟ କିଣି ରୋଗୀଙ୍କ ଚିକିତ୍ସା କରାଯାଉ ଥିବା ଡାଇରେକ୍ଟର କହିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।