ଏଣୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି । ଦୀର୍ଘଦିନ ଧରି ପାଣି ଜମିବା ଫଳରେ ମଶା ବୃଦ୍ଧିହୋଇ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି। କେବଳ ବ୍ରହ୍ମପୁର ସହରରେ ବର୍ତ୍ତମାନ ସୁଦ୍ଧା ୬୧ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବେ ଉଦ୍ବେଗର କାରଣ। ତଥ୍ୟ କହୁଛି, ଗଞ୍ଜାମ ଜିଲ୍ଲାରେ ଗତବର୍ଷ ମାତ୍ର ୯ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୯ରେ ୩୦୭ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିଭଳି ୨୦୧୮ରେ ୧୫୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୭୦ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି
କେବଳ ଯେଉଁ ବ୍ଲକରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳକୁ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି। କିନ୍ତୁ ସଫେଇ ପାଇଁ ଆଖି ଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଅବସ୍ଥା ତ ସମ୍ପୂର୍ଣ୍ଣ ବେହାଲ, ସହରର ଜନବସତି ଅଞ୍ଚଳ ରେ ଡ୍ରେନେଜ ଅବସ୍ଥା ଭୁଶୁଡି ପଡିଛି। ଯେଉଁଠି ଦେଖିବ ଟିକେ ବର୍ଷା ରେ ପାଣି ଜମି ରହୁଛି।ଏହାକୁ ତୁରନ୍ତ ବିଏମସି ଦୃଷ୍ଟି ଦେଉ ବୋଲି ଦାବି ହୋଇଛି।
ଅନ୍ୟପଟେ ସଚେତନତା, ଧୂଆଁ ସ୍ପ୍ରେ, ମଶା ମରିବା ତେଲ ସଫେଇକୁ ପ୍ରାଧାନ୍ୟ ଦିଆଯାଇଛି। ଆଗକୁ ଏହାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ବିଏମସି କମିଶନର।