ଜଟଣୀ ଅଂଚଳରୁ ୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଡେଙ୍ଗୁ ଓ ମେଲେରିଆ ଜ୍ଵରକୁ ନେଇ ପରିସ୍ଥିତି ବଡ଼ ଜଟିଳ ହୋଇଛି । ବ୍ଲକର ବଡ ସରପୋଲୀ, ସାନ ସରପୋଲୀ ଗାଁରେ ପାଖାପାଖି ୩ଶହ ଘର ମଧ୍ୟରୁ ପ୍ରାୟ ୪୦ ଘରେ ଜଣେ କିମ୍ବା ଦୁଇ ଜଣ ଲେଖାଏଁ ଡେଙ୍ଗୁ ଓ ମେଲାରିଆ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ଅର୍ଗସ ବ୍ୟୁରୋ: ଭୁବନେଶ୍ୱର- କଟକ ପରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ଚିନ୍ତା ବଢାଇଛି । କରୋନା କମିନଥିବା ବେଳେ ଡେଙ୍ଗୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ଷା ଦିନ ଚାଲିଥିବା ବେଳେ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବଢିବାରେ ଲାଗିଛି । ଡେଙ୍ଗୁକୁ ନେଇ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ରାଜଧାନୀ ଉପକଣ୍ଠରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି ।

ବାଲେଶ୍ୱର: କାନ୍ଦି ପକାଇଲେ ଅଶ୍ୱିନୀ ବୈଷ୍ଣବ l ଶୁକ୍ରବାର ଦିନ ବାହାନଗାରେ ଘଟିଥିବା ଲୋମହର୍ଷ କାରି ରେଳ ଦୁର୍ଘଟଣାର 51 ଘଣ୍ଟା ପରେ ଚାଲିଲା ଅପ ଏବଂ ଡାଉନ ରେଳ ଚଳାଚଳ l କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ରାତି 10.30 ସମୟରେ ପରୀକ୍ଷା ମୂଳକ ଭାବରେ ସୋର ରୁ ବାଲେଶ୍ୱର ଅଭିମୁଖେ ଡାଉନ ରେଳ ଲାଇନରେ ଏକ ମାଲବାହି ଟ୍ରେନ କୁ ଯିବାପାଇଁ ହାତ ହଲାଇ ରେଳକୁ ଯିବା ପାଇଁ ସ୍ୱାଗତ କରିଥିଲେ l ସେହିପରି ରାତ୍ରି 11.55 ସମୟ ରେ ଖଡ଼କପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ମାଲବାହି ଟ୍ରେନ ଯାତ୍ରା କରିଥିଲା l
ଦେଖନ୍ତୁ ଭିଡିଓ : କାନ୍ଦି ପକାଇଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କାନ୍ଦି ପକାଇଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ …
ଏହାକୁ ମଧ୍ୟ ହାତ ହଲାଇ ସ୍ୱାଗତ କରିଥିଲେ l ପରେ ପରେ ରାତ୍ରିରେ 6 ଟି ଯାତ୍ରୀ ବାହି ଟ୍ରେନ ଚାଲିବା ନେଇ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ l ଦୁଇ ରେଳ ଲାଇନ ରେ ଟ୍ରେନ ଚାଲିବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ କାନ୍ଦିପକାଇଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ l
#WATCH | Balasore,Odisha:..."Our goal is to make sure missing persons' family members can find them as soon as possible...our responsibility is not over yet": Union Railway Minister Ashwini Vaishnaw gets emotional as he speaks about the #OdishaTrainAccident pic.twitter.com/bKNnLmdTlC — ANI (@ANI) June 4, 2023
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘନ ଘନ ସମୀକ୍ଷା ତଦାରଖ ପରେ 51 ଘଣ୍ଟା ଗଡ଼ିଲା ରେଳ l
ଅଧିକ ପଢନ୍ତୁ :ଦୁର୍ଘଟଣାର 51 ଘଣ୍ଟା ପରେ ଟ୍ରାକରେ ଚାଲିଲା ଟ୍ରେନ

କଟକ: ଆସୁଛି ରଜ । ଗାଁରୁ ସହର ସବୁଠି ଚାଲିଛି ପ୍ରସ୍ତୁତି । କିନ୍ତୁ ଆପଣ ଜାଣନ୍ତି କି ଏମିତି ଗାଁ ଅଛି, ଯେଉଁଠି ରଜର ପ୍ରାୟ ମାସେ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ଗାଁରେ ସ୍ବତନ୍ତ୍ର ଆଖଡ଼ା ଘର ନିର୍ମାଣ ସହ ନାଟ, ଗୀତ ପାଇଁ ଦିଆଯାଇଥାଏ ତାଲିମ ।
ରଜ କମିଟି ପକ୍ଷରୁ ଶିଶୁଙ୍କୁ ଦିଆଯାଉଛି ଗୀତ, ନାଚ ପ୍ରଶିକ୍ଷଣ । ଏହାସହିତ ପାରମ୍ପରିକ ପୁଚି ଖେଳ, ରଜ ଗୀତ ଓ ପିଠା, ପଣା ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି । ରଜ ପର୍ବର ପ୍ରାୟ ମାସେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହେଉଥିବା ନିଆରା ଗାଁ ହେଉଛି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକର ଗୋପପୁର ଗାଁ । ଆଖଡ଼ା ଘରେ କୁନୀ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏଠାରେ ପ୍ରତିବର୍ଷ ରଜପର୍ବ ତିନି ଦିନ ଧରି ପିଲାମାନେ ମଞ୍ଚରେ ପୌରାଣିକ ନାଟକ ଓ ନୃତ୍ୟ ପରିବେଷଣ କରିଥାନ୍ତି । ଗାଁରେ ବିଭିନ୍ନ ପ୍ରକାର ଦୋଳି ପଡ଼ିବା ସହ ପାରମ୍ପରିକ ପୁଚି ଖେଳ ଦର୍ଶକଙ୍କ ମନ ମୋହିଥାଏ । 12 ବର୍ଷ ହେବ ଗାଁରେ ଏପରି ନିଆରା ଢଙ୍ଗରେ ପାଳନ ହୋଇଆସୁଛି ରଜ ।
ଓଡ଼ିଶାର ଗଣପର୍ବ ରଜକୁ ଖାସ୍ କରି କୁଆଁରୀମାନେ ପାଳନ କରିଥାନ୍ତି । ରଜ ପର୍ବ ପାଳନ ସମୟରେ ଗାଁର କୁନୀ ଝିଅମାନେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଥାନ୍ତି । ରଜ ମହୋତ୍ସବକୁ ଧୂମଧାମରେ ପାଳନ କରିବା ପାଇଁ ଗ୍ରାମର ପ୍ରାୟ 50ରୁ 60ଜଣ ପିଲା ଦିନରେ 3ରୁ 4ଘଣ୍ଟା ଧରି ନାଚ, ଗୀତ ଅଭ୍ୟାସ କରୁଛନ୍ତି । ଗୋପପୁର ଗାଁରେ କମ୍ପୁଛି ଆଖଡ଼ା ଘର । ପରମ୍ପରାକୁ ବଞ୍ଚାଇବା ପାଇଁ ଗାଁ ଯୁବକଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
