ପ୍ରତି ୱାର୍ଡରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ନେଇ ଗଠିତ ହେବ ଗ୍ରୁପ । ପ୍ରଥମେ ସଚେତନତା ପରେ ଖିଲାପିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଲାଗୁ ହେବ ଆର୍ଥିକ ଜୋରିମାନା। ଆଜି ରାଜଧାନୀର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କୁ ସେଚେତନ କରାଉଛନ୍ତି ମେୟର, ଏ.ଏନ.ଏମ ଓ ଆଶା ଦିଦି ।
ରାଜଧାନୀରେ ବଢ଼ି ଚାଲିଛି ଡେଙ୍ଗୁ ରୋଗୀ ସଂଖ୍ୟା

ଅର୍ଗସ ବ୍ୟୁରୋ: ଆଜିଠୁ ରାଜଧାନୀରେ ପାଳନ ହେବ ଡେଙ୍ଗୁ ଡ୍ରାଇ ଡ୍ରେ । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ବିଏମସି । ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇ ଦିନ ପାଳନ ହେବ ଡ୍ରାଇ ଡେ । ଡ୍ରାଇ ଡେ ର ଅର୍ଥ ହେଉଛି ଘରେ କିମ୍ବା ଅଫିସରେ ସମ୍ଭାବ୍ୟ ମଶା ବଂଶ ବୃଦ୍ଧି ସ୍ଥାନ ଗୁଡିକୁ ସଫା କରିବା। ଗୁରୁବାର ଓ ରବିବାର ପାଳନ କରାଯିବ ଡ୍ରାଇ ଡେ। ଗୁରୁବାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏବଂ ରବିବାର ପ୍ରତ୍ୟେକଙ୍କ ବାସଭବନରେ ଡ୍ରାଇ ଡେ ପାଳନ କରାଯିବ। ଡେଙ୍ଗୁ ରୋକିବା ପାଇଁ ସର୍ଭେ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ ।
ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ : ହାଇଦ୍ରାବାଦର ଇଂଲିଶ ଆଣ୍ଡ୍ ଫରେନ୍ ଲାଙ୍ଗୁଏଜସ ୟୂନିଭର୍ସିଟିରେ ଏକ ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ସେହି ୟୂନିଭର୍ସିଟିରେ ଓପନ୍ ଲର୍ଣ୍ଣିଂ ରିସୋର୍ସ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି
Download Argus News App
