ଅର୍ଗସ ବ୍ୟୁରୋ: ବିନା ପ୍ରଜନନରେ ଅଣ୍ଡା ଦେଇପାରିବେ ମାଈ କୁମ୍ଭୀର । ଆପଣ ଭାବୁଥିବା ଏଇଟା ବିଲକୁଲ୍ ଅସମ୍ଭବ। ଏହା କେବଳ ଫିଲ୍ମରେ ହିଁ ସମ୍ଭବ। କିନ୍ତୁ ଏହା ଏବେ ସତ ହୋଇଛି। ଆମେରିକାର ଏକ ମାଈ କୁମ୍ଭୀର ଯିଏ, ୧୬ ବର୍ଷ ଧରି କୌଣସି ପୁରୁଷ ବା ଅଣ୍ଡିରା କୁମ୍ଭୀରର ସଷ୍ପର୍ଶରେ ଆସିନାହିଁ, ତା ଅଣ୍ଡାରୁ ଏବେ ଛୁଆ ଫୁଟିଛି।
ଆମେ ସମସ୍ତେ ଜାଣିଛେ ଛୁଆ ଜନ୍ମ କରିବା ବା ପ୍ରଜନନ ଲାଗି ସମ୍ଭୋଗ ବା ମିଳନ ପ୍ରଥମ ପ୍ରକ୍ରିୟା । ହେଲେ ବିନା ସମ୍ଭୋଗରେ ଏହା ସମ୍ଭବ ହୋଇଛି। ଅବଶ୍ୟ ମଣିଷମାନଙ୍କ କ୍ଷେତ୍ରରେ ଏହା ଅସମ୍ଭବ ହୋଇଥିଲେ ମଧ୍ୟ, ସରୀଶୃପଙ୍କ କ୍ଷେତ୍ରରେ ଏହା ସମ୍ଭବ। ପୂର୍ବରୁ କିଛି ସାପ ଓ କୁମ୍ଭୀର ଏଭଳି ଏକକ ଅଣ୍ଡାଦାନ କରିବାର ନଜିର ରହିଛି। କିନ୍ତୁ ସେହି ଅଣ୍ଡାରୁ ଛୁଆ ଫୁଟିବା ସମସ୍ତଙ୍କୁ ଚକିତ କରିଛି।
ଆମେ ଯେଉଁ କୁମ୍ଭୀରଟିର କଥା କହୁଛି ତାହା ଆମେରିକାର। 16 ବର୍ଷ ଧରି ବନ୍ଦୀ ଅବସ୍ଥାରେ ରହିଛି ଏହି ମାଈ କୁମ୍ଭୀର। ଆମେରିକୀୟ ବୈଜ୍ଞାନିକଙ୍କ ମତରେ କୁମ୍ଭୀରଟି ବିନା ପୁରୁଷ ସାଥୀଙ୍କ ସଂସ୍ପର୍ଷରେ ଆସି ଅଣ୍ଡା ଦେଇଛି । ଯାହା ପାର୍ଟେନୋଜେନେସିସ୍ ନାମକ ଏକ ପ୍ରକ୍ରିୟାର ଅଂଶ। ଆମେ ବୁଝିଲା ଭଳି ଭାଷାରେ କହିଲେ ସାଧାରଣତଃ ଏହାକୁ 'ଭରଜିନ୍ ବର୍ଥ' ବା କୁଆଁରୀ ଜନ୍ମ ବୋଲି କହିପାରିବା।
ବର୍ତ୍ତମାନ କୁମ୍ଭୀର ଓ ପକ୍ଷୀମାନଙ୍କ କ୍ଷେତ୍ରରେ କୁଆରୀ ଜନ୍ମ ଉପରେ ଏକ ଗବେଷଣା କରାଯାଉଛି । ଅନୁସନ୍ଧାନରୁ ଜଣାପଡିଛି ଯେ ସେମାନଙ୍କର ପୂର୍ବଜ ଡାଇନୋସରସମାନେ ଏହି ଚମତ୍କାର ପ୍ରଜନନ କ୍ଷମତା ରଖିଥିଲେ। କିନ୍ତୁ ଏହି ଏକକ ଅଣ୍ଡ ପ୍ରଜନନ ପରେ ଏଥିରୁ ଛୁଆ ହେଉ ନ ଥିଲେ ଅଥବା ଅବିକଶିତ ସାବକ ଜନ୍ମ ହେଉଥିଲେ।
ପାର୍ଥେନୋଜେନେସିସ୍ ହେଉଛି ଏକ ସମଲିଙ୍ଗୀ ପ୍ରଜନନର ଏକ ରୂପ । ଯେଉଁଠାରେ ମାଈ ପ୍ରାଣୀଟି, ସାଧାରଣତଃ ଏକ ପୁରୁଷର ଶୁକ୍ରାଣୁ ଆବଶ୍ୟକ କରେ। ସମ୍ଭବତଃ ନିଜ ଭିତରେ ଥିବା ପୁରୁଷ ଜିନ ଦ୍ବାରା ତା ଶରୀର ମଧ୍ୟରେ ହେଉଥିବା ରସାୟନିକ ପରିବର୍ତ୍ତନ ତା ଗର୍ଭରେ ଅଣ୍ଡା ବିକଶିତ କରେ। ଯାହା ବିନା ମିଳନରେ ମଧ୍ୟ ସମ୍ଭବ।