ଘର
ଓଡ଼ିଶା
ବିଜେଡି ମୁଲତବି ପ୍ରସ୍ତାବର ଉତ୍ତର ଦେଇ ପୋଲ୍ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ବିଜେଡି ମୁଲତବି ପ୍ରସ୍ତାବର ଉତ୍ତର ଦେଇ ପୋଲ୍ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
by Rashmita Mishra
NEWS HIGHLIGHTS
- ମିଶନ ଶକ୍ତି ସପୋର୍ଟ ଷ୍ଟାଫ୍ ଦରମା ପ୍ରସଙ୍ଗରେ ଖୋଲୁଛି 24 ବର୍ଷର ସରକାରର ମୁଖା
- ଗତ ମାର୍ଚ୍ଚ ମାସରୁ ସରିଥିଲା CRP, MBK ମାନଙ୍କ ଚାକିରି
- ଏଗ୍ରିମେଣ୍ଟ ରିନ୍ୟୁ କରାଯାଇପାରିବ ନାହିଁ ଜାଣିଥିଲା ବିଜେଡି
- ଡାହାଣୀ ହୋଇ ଲାଗି, ଗୁଣିଆ ହୋଇ ଝାଡ଼ିବାକୁ ବାହାରିଛି ବିଜୁ ଜନତା ଦଳ
- ବିଜେଡି ମୁଲତବି ପ୍ରସ୍ତାବର ଉତ୍ତର ଦେଇ ପୋଲ୍ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଅର୍ଗସ ବ୍ୟୁରୋ: ମିଶନ ଶକ୍ତି କମ୍ୟୁନିଟି ଷ୍ଟାଫଙ୍କ ଆନ୍ଦୋଳନ ପ୍ରସଙ୍ଗରେ ପୁଣି କମ୍ପିଲା ବିଧାନସଭା । ମୁଲତବୀ ପ୍ରସ୍ତାବ ମାଧ୍ୟମରେ ବିଜେପି ସରକାରକୁ ଘେରିବା ପାଇଁ ବିଜେଡିର ପ୍ଲାନ୍ ପଣ୍ଡ ହୋଇଛି। ମୁଲତବୀ ପ୍ରସ୍ତାବ ଉପରେ ଜବାବ ରଖି ମହିଳାଙ୍କ ସହ ବିଜେଡି କରିଥିବା କାରସାଦିର ପର୍ଦ୍ଦାଫାସ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିଛନ୍ତି ଆନ୍ଦୋଳନରେ ବସିଥିବା ମହିଳା ମିଶନ ଶକ୍ତିର ନିୟମିତ କର୍ମଚାରୀ ନୁହନ୍ତି। ଯେଉଁ ମାନଙ୍କର 5 ବର୍ଷ ଅବଧି ପୁରିଛି, ସେମାନେ ଦରମା ପାଇ ସାରିଛନ୍ତି । 5 ବର୍ଷ ଅବଧି ପୁରି ନ ଥିବା ଲୋକଙ୍କୁ ଦରମା ଦେବାକୁ ସରକାର ଗତ ନଭେମ୍ବର 4ରେ ନିର୍ଦ୍ଦେଶ ଦେଇ ସାରିଛନ୍ତି । ବିଜେଡି ସରକାରରେ ଫେଲ ହୋଇଥିଲା ମିଶନ ଶକ୍ତି । ମହିଳାଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା ବିଜେଡି । ମହିଳାଙ୍କ ସଶକ୍ତିକରଣର ଅଭିଯାନକୁ ପୂର୍ବତନ ସରକାର ହିଁ ଭଣ୍ଡୁର କରିଥିଲା । ନବୀନ ସରକାର ଚାହିଁଥିଲେ ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଚୁକ୍ତି ନବୀକରଣ କରିପାରିଥାନ୍ତେ। କିନ୍ତୁ ସେମିତି ନ କରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏପଟେ କମ୍ୟୁନିଟି ଷ୍ଟାଫ ମାନଙ୍କର ଜୀବନ ଜୀବିକା ପ୍ରତି ସରକାର ସଚେତନ ଅଛନ୍ତି ଓ ଦିଗରେ କାମ କରୁଛନ୍ତି ବୋଲି କହିଛି ବିଜେପି ।
(ଫାଭିଓ) ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଚୁକ୍ତି ନବୀକରଣ କରିନାହାନ୍ତି ପୂର୍ବ ସରକାର । ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ସିଆରପି, ଏମବିକେ, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଓ କୃଷି ମିତ୍ର । ୧ ଏପ୍ରିଲ ୨୦୨୪ ରୁ CSSର ପ୍ରାୟ 34,441 ଜଣ 5 ବର୍ଷ ପୂରଣ କରିଛନ୍ତି । 2019 ନିର୍ଦ୍ଦେଶାବଳୀ ଅନୁସାରେ ସେମାନେ ଆଉ ସରକାରୀ ପାଣ୍ଠି ପାଇଁ ଯୋଗ୍ୟ ନୁହଁନ୍ତି । ପୂର୍ବ ସରକାର ଚଞ୍ଚକତା କରି ସେମାନଙ୍କ ଚୁକ୍ତି ନବୀକରଣ କରି ନଥିଲେ । ତେବେ ଚୁକ୍ତି ସରିବାର 19 ଦିନ ପୂର୍ବରୁ ସିଆରପିଙ୍କ ମାସିକ ଭତ୍ତା 3000ରୁ 5500 କରିଥିବା ବେଳେ ଏମବିକେଙ୍କ ଭତ୍ତା 6 ହଜାରରୁ 10 ହଜାର କରିଥିଲେ... ସେତେବେଳେ ଅଭିଯୋଗ ହେଲା ନିର୍ବାଚନ କାମରେ ବ୍ୟବାହର ପାଇଁ ସିଆରପି ଓ ଏମବିକେଙ୍କ ଦରମା ବଢାଇଥିଲେ ପୂର୍ବ ସରକାର... ସାଧାରଣ ନିର୍ବାଚନ ଘୋଷଣାର 5 ଦିନ ପୂର୍ବରୁ ଏମାନଙ୍କ ଭତ୍ତା ବୃଦ୍ଧି ଘୋଷଣା କରି ପରେ ଚୁକ୍ତି ନବୀକରଣ ନ କରିବା ପଛର ଅସଲ ଉଦ୍ଦେଶ୍ୟ ଏବେ ଆସିଛି ସାମନାକୁ ।