ଏହାସତ୍ତ୍ବେ ବର୍ଷାଙ୍କ ମୁହଁରେ ବାପାଙ୍କ ଅଧୁରା ସ୍ବପ୍ନ । କଣ ସେ ସ୍ବପ୍ନ ? କଣ ସେ ଜନସମସ୍ୟା ?ପଦ୍ମପୁରରେ ସମସ୍ୟା କହିଲେ, ଦାଦନ, ମଣ୍ଡି ଓ ଚାଷୀ ସମସ୍ୟା ଆଗକୁ ଆସିଥାଏ ।
ଦାଦନ ସମସ୍ୟା- ପଦ୍ମପୁର ପ୍ରଚାରର ଝଲମଲ ମାହୋଲ ଭିତରେ ଭିତରେ ଲୁଚିଛି ପେଟର ଜ୍ବାଳା । ଗାଁଗାଁରେ ତାଟି କବାଟ । କେଉଁଠି ବଢ଼ା ବାପା,ମାଆକୁ ଛାଡ଼ି ଭେଣ୍ଡିଆ ଯାଇଛି ଦାଦନ । କେଉଁଠି ପୁଅକୁ ଛାଡ଼ି ବାପା ଯାଇଛନ୍ତି ପେଟ ପାଇଁ ଦାନା ଖୋଜିବାକୁ । ନିର୍ବାଚନ ଆସିଲେ ହିଁ ଏହି ମାଟିର ମଣିଷଙ୍କୁ ଖୋଜା ପଡିଥାଏ।
କେବଳ ଏତିକି ନୁହେଁ, ଜିଲ୍ଲା ଦାବି, ସ୍ବାସ୍ଥ୍ୟ, ପିଇବା ପାଣି, କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ବର୍ଷ ବର୍ଷ ଧରି ରହି ଆସିଛି। ନା ୨୨ ବର୍ଷର କ୍ଷମତାସୀନ ସରକାର, ୨୫ ବର୍ଷ ଧରି କ୍ଷମତା ଭୋଗ କରୁଥିଲା ପରିବାର ଦେଖିଛନ୍ତି। କିନ୍ତୁ ଏବେ ନିର୍ବାଚନୀ ଋତୁ ଯୋଗୁଁ ବିଜେଡିରୁ ପ୍ରାର୍ଥୀ ତଥା ବରିହା ପରିବାରର ଝିଅ ବର୍ଷା ଏବେ ବାପାଙ୍କ ସ୍ବପ୍ନ ଓ ଲୋକଙ୍କ ସମସ୍ୟା ସମାଧାନର କଥା କହୁଛନ୍ତି।
ପଦ୍ମପୁରରେ ଚାଷୀଙ୍କୁ ଇନପୁଟ ସବସିଡ ଯୋଗାଇ ନଦେବା ଏବଂ ଫସଲବୀମା ଟଙ୍କା ପାଇବାରେ ବାଧକ ସାଜିବା ଭଳି ପ୍ରସଙ୍ଗକୁ ତାତିଛନ୍ତି ଚାଷୀ। ପଦ୍ମପୁରବାସୀ ବଡ ବଡ ଦାବି କଥା କହୁନାହାଁନ୍ତି, ନିଜର ସର୍ବନିମ୍ନ ଆବଶ୍ୟକତା କଥା କହୁଛନ୍ତି ଲୋକେ । ସରକାରୀ ଦଳର ବିଧାୟକ ଏବଂ ପୂର୍ବତନ ସାଂସଦ ମଧ୍ୟ ମାନିଛନ୍ତି ପୁଳା ପୁଳା ସମସ୍ୟା ଭିତରେ ବୁଡି ରହିଛନ୍ତି ପଦ୍ମପୁରବାସୀ।
ପଦ୍ମପୁରର ପୁଳା ପୁଳା ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ପଦମପୁର, ପାଇକମାଳ, ଝାରବନ୍ଧ ନିର୍ବାଚନୀ ମଇଦାନରେ ନେତାଙ୍କୁ ଜନାତଙ୍କ ପ୍ରଶ୍ନ ବିକାଶ ପାଇଁ ବିକ୍ଷୋଭ । ଜନ ଅସନ୍ତୋଷର ଏପରି କିଛି ଚିତ୍ର ଶାସକ ଦଳ ପାଇଁ ବଢାଇଛି ଅଡୁଆ । ଆଗକୁ ଉପନିର୍ବାଚନ ଥିବାରୁ ନିର୍ବାଚନୀ ମଇଦାନରେ ଜଳୁଛି ଜନ ଅକ୍ରୋଶର ନିଆଁ ।