ଏଭଳି ଘଟଣା ଘଟିଛି ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ କରଡ଼ାପାଳ ପଞ୍ଚାୟତ ଅନ୍ତର୍ଗତ ମୁନିପାଳପୁର ଗ୍ରାମରେ। ସେହି ଗାଁର ଲୋକନାଥ ସେଠୀଙ୍କ ନାମ ଆବାସ ଯୋଜନା ତାଲିକା ରେ ଥିବାବେଳେ ଅଚାନକ ଲୋକନାଥ ସେଠୀ ଯୋଗ୍ୟ ହୋଇ ମଧ୍ୟ ତାଙ୍କ ନାମକୁ ଆବାସ ଯୋଜନାରୁ ବାଦ ପଡ଼ିଥିଲେ। ପରେ ଗ୍ରାମରେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ଦେଖି ଲୋକନାଥ ବ୍ଲକ କାର୍ଯ୍ୟାଳୟରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ। ତାକୁ ଆଧାର କରି ତଦନ୍ତ ପରେ ୱାର୍ଡମେମ୍ବର ପୂର୍ଣଚନ୍ଦ୍ର ସାହୁ ଙ୍କ ନାଁ ମଧ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିଥିଲା। ପୂର୍ଣଚନ୍ଦ୍ର ଜଣେ ସ୍ୱଶ୍ଚଳ ବର୍ଗ ର ବ୍ୟକ୍ତି ଏବଂ ତାଙ୍କର ଗାଡି, ଫ୍ରିଜ, ଟିଭି ଆଦି ଥିବା ଦର୍ଶାଇ ପ୍ରଶାସନ ଅଧିକାରୀ ତାଙ୍କୁ ବାଦ କରିଥିଲେ। ପରେ ପୂର୍ଣଚନ୍ଦ୍ର ଏହି ଘଟଣାକୁ କେନ୍ଦ୍ର କରି ଗାଁ କମିଟିରେ କଥା ପକାଇ ଥିଲେ।ଏବଂ ଏହି ଘଟଣା କୁ ନେଇ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ଗାଁ କମିଟିର ନିଷ୍ପତ୍ତି ଅନୁଯାୟୀ ଲୋକନାଥ ଙ୍କ ଅଭିଯୋଗ ପାଇଁ ପୂର୍ଣଚନ୍ଦ୍ର ଙ୍କ ଘର କଟିଛି ଯେଉଁଥିପାଇଁ ଲୋକନାଥ ପୂର୍ଣଚନ୍ଦ୍ରଙ୍କ ଘର ବାବଦ କୁ ଦେଢ଼ଲକ୍ଷ ଟଙ୍କା ଦେବେ। ଅଥବା ଲୋକନାଥ ପୂର୍ଣ୍ଣଚନ୍ଦ୍ର ଙ୍କ ପାଇଁ ଏକ ଘର ନିର୍ମାଣ କରିଦେବେ ବୋଲି ନିଷ୍ପତ୍ତି ଶୁଣାଇଥିଲେ।
ଅନ୍ୟପଟେ ଗାଁ କମିଟିର ଉଭୟ ସର୍ତରେ ଲୋକନାଥ ରାଜି ନ ହେବ ରୁ ଗାଁ କମିଟି ଲୋକନାଥ ଙ୍କୁ ନିଆଁ,ପାଣି, ବାସନ୍ଦ କରିବା ସହ ଗାଁର କୌଣସି ସାମୁହିକ କାର୍ଯ୍ୟରେ ସାମିଲ ହେବନାହିଁ। ଗ୍ରାମର ଯେ କେହି ବି ଲୋକନାଥଙ୍କ ଘରକୁ କିମ୍ବା ପରିବାର ସଦସ୍ୟ ସହ କଥା ହେଲେ ମଧ୍ୟ ତଣ୍ଡ ଦେବାକୁ ହେବ ବୋଲି ଏକପାଖିଆ ନିଷ୍ପତି ଶୁଣାଇଥିବା ଲୋକନାଥ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇ ପାଲଲହଡା ବିଡ଼ିଓ, ସ୍ଥାନୀୟ ସରପଞ୍ଚ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ମୁନୀପାଳପୁର ଗାଁକୁ ଯାଇ ତଦନ୍ତ କରିବା ସହ ଲୋକ ଙ୍କ ସହ ଆଲୋଚନା କରିଛନ୍ତି I ତଦନ୍ତ ସାରିବା ପରେ ସରକାର ନିୟମ ଅନୁଯାୟୀ ଏହାର ସମାଧାନ କରାଯିବବୋଲି ବିଡ଼ିଓ କହିଛନ୍ତି I