ଏଥିସହ ମେ ୩୦ ତାରିଖ ରାଜେନ୍ଦ୍ରାଭିଷେକ ନୀତି, ମେ’ ୩୧ ତାରିଖ ଋକ୍ମିଣୀହରଣ ଏକାଦଶୀ, ଜୁନ ୧ ତାରିଖ ଚମ୍ପକ ଦ୍ବାଦଶୀ, ଜୁନ ୨ ତାରିଖ ଦଇତାପତି ପ୍ରବେଶ, ୩ ତାରିଖ ସେନାପଟା ଲାଗି, ୧୩ ତାରିଖ ଚକା ବିଜେ, ୧୪ ତାରିଖ ଖଳିଲାଗି, ୧୫ ତାରିଖ ରାଜପ୍ରସାଦ ବିଜେ, ୧୬ ତାରିଖ ଘଣାଲାଗି, ୧୭ ଓ ୧୮ ତାରିଖ ବନକଲାଗି, ୧୯ ତାରିଖ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ୨୪ ତାରିଖ ହେରା ପଞ୍ଚମୀ, ୨୫ ତାରିଖ ରଥ ଦକ୍ଷିଣି ମୋଡ଼, ୨୭ ତାରିଖ ସନ୍ଧ୍ୟା ଦର୍ଶନ, ୨୮ ତାରିଖ ବାହୁଡ଼ାଯାତ୍ରା, ୨୯ ତାରିଖ ସୁନାବେଶ, ୩୦ ତାରିଖ ଅଧରପଣା ନୀତି ଓ ଜୁଲାଇ ୧ ତାରିଖ ନୀଳାଦ୍ରି ବିଜେ ନୀତିର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଏଥିସହ ନୀତିଶୃଙ୍ଖଳା ପାଇଁ ସେବାୟତ ଓ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ଏହି ନୀତିକାନ୍ତିରେ ଓ ବ୍ୟବସ୍ଥାବଳୀରେ କେବଳ ପରିଚାଳନା କମିଟି ମୋହର ମାରିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର