2019 ମସିହାରେ ଏହାର ଉଦ୍ଘାଟନ ମଧ୍ୟ ସରିଛି। ହେଲେ ଏହାକୁ ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ପିଲାଙ୍କ କାର୍ଯ୍ୟରେ ଆସିପାରିନାହିଁ। ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ବିକାଶ ବାଟବଣା ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ପୁଟାସିଂ ନିକଟସ୍ଥ ଆବାଡ଼ା ପଞ୍ଚାୟତର ଆଖ ପାଖ ବହୁ ଗ୍ରାମ ରହିଛି। ପିଲା ସଂଖ୍ୟାକୁ ଦୃଷ୍ଟିରେ ରଖି ନୂତନ ଭାବେ ଛାତ୍ରାବାସ ନିର୍ମାଣ ହୋଇଛି ସତ। କିନ୍ତୁ ଏହାର କାର୍ଯ୍ୟକ୍ଷମକୁ ନେଇ ଉଠିଛି ବହୁ ପ୍ରଶ୍ନ। ଚିନ୍ତାରେ ଅଭିଭାବକ।
କିଛିପିଲା ଅନ୍ୟ ଦୂରଦୂରାନ୍ତ ସ୍କୁଲ ଯାଇ ପାଠ ପଢ଼ୁଥିବାବେଳେ କିଛିପିଲାଙ୍କ ପାଠପଢ଼ାରେ ଡୋରି ବାନ୍ଧିବାପରି ପରିସ୍ଥିତି ହେଲାଣି। ଫଳରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି। କିଛି ଛାତ୍ର ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ବେଳେ କିଛି ଛାତ୍ର ଦିନ ମଜୁରି ଭାବେ କାମ କରୁଥିବା ଜଣାପଡିଛି। ତେବେ ସରକାରଙ୍କ ଅଧୀନସ୍ଥ ଛାତ୍ରାବାସ ଗୁଡିକର କାହଁକି ଏଭଳି ଅବସ୍ଥା। ପିଲା ଅଧାରୁ ପାଠ ଛାଡିବା ପିଲାଙ୍କ ଭବିଷ୍ୟତ ସହ ଖେଳିବା କେତେଦୂର ଠିକ। ସରକାରଙ୍କ ଦୂର ଦୃଷ୍ଟି ଉପରକୁ ଆଙ୍ଗୁଳି ଉଠୁଛି।