ଏକ ତରଫା ପ୍ରେମରୁ ସଇତାନ ସାଜିଲା ଯୁବକ

ଅର୍ଗସ ବ୍ୟୁରୋ: ଏକ ତରଫା ପ୍ରେମରୁ ସଇତାନ ସାଜିଲା ଯୁବକ । ଗାଁ ଦାଣ୍ଡରେ ନାବାଳିକାଙ୍କୁ କିରୋସିନି ଢାଳି ପୋଡ଼ି ମାରିଲା ଯୁବକ ଜଣଙ୍କ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ଅଧିନ ବାରିଗିଁଆ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା । ଯୁବକ ଦୟାନିଧି ଜେନାକୁ ପୋଲିସ ଗିରଫ କରିଛି । ପ୍ରେମରେ ବିଫଳ ହେବାରୁ ଦୟାନିଧି ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏଖବର ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
Download Argus News App
