ବାଲେଶ୍ୱର: ନାବାଳିକା କଲେଜ ଛାତ୍ରୀଙ୍କ ବେକ କାଟିଦେଇଥିବା ଟିଉସନ୍ ସାର୍ ଗିରଫ । ଅଭିଯୁକ୍ତ ସାର୍ ବିଶ୍ୱଜିତ ନାଥକୁ ପଶ୍ଚିମବଙ୍ଗରୁ ଗିରଫ କରିଛି ପୋଲିସ । ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଦେହୁରଦା ଗାଁରେ ଜାନୁଆରୀ 2 ତାରିଖରେ ଟିଉସନ ସାର ତାର ଛାତ୍ରୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଅଭିଯୋଗ ହୋଇଥିଲା ।
ଫଳରେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ନେଇ ଯାଇଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତର କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରିଥିଲେ ।
ସେପଟେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରିବାର ଲୋକେ ଦାବି କରିଥିବା ବେଳେ ଆଜି ଭୋଗରାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ ପଶ୍ଚିମବଙ୍ଗରୁ ଅଭିଯୁକ୍ତ ବିଶ୍ୱଜିତ ନାଥକୁ ଗିରଫ କରିଛି ।
