ଯାତ୍ରା ପରିବେଷଣ ପାଇଁ ଚଳିତ ବର୍ଷ ୬ଟି ଯାତ୍ରା କମିଟିକୁ ଅନୁମତି ମିଳିଥିବା ବେଳେ ବିଶ୍ଵଦରବାର, ତୁଳସୀ,ସାଇ ସମ୍ରାଟ, କୋଣାର୍କ, ସୁର୍ଯ୍ୟ ମହଲ ,କଳିଙ୍ଗ, ଶିବାନୀ, ରଙ୍ଗ ମହଲ, ସୂର୍ଣ୍ଣ ମହଲ, ସ୍ବପ୍ନ ମହଲ ଅପେରା ଦଳ ଯାତ୍ରା ମଇଦାନକୁ ଓହ୍ଲାଇବେ। ଏବଂ ଆସନ୍ତାକାଲି ପ୍ରଥମ ସନ୍ଧ୍ୟା ରେ ସୂର୍ଯ୍ୟମନ୍ଦିର ର ନାଟକ' ଗୁମୁରି ଗୁମୁରି କାହାଣୀ କାନ୍ଦେ’ ନାଟକ ପରିବେଷଣ ହେବ।ଏଥିସହ ଭୁଲିଜା ଯାହା ଭୁଲ୍ ହୋଇଛି’, ଓ ‘ଯମ ଯନ୍ତ୍ରଣା’ ପରି ନାଟକ ଦେଖିବାକୁ ମିଳିବା ସହ କୋଣାର୍କରେ ‘ତୋ ବିନା ମୁଁ ଅଧା’, ‘କନିଆଁ କାନ୍ଦୁଛି କୋଣାର୍କରେ’ ଓ ‘ଆଖି ଅବୁଝାକୁ ଲୁହ ଅବୁଝା’;ଏମିତି ୩ଟି ଭିନ୍ନ ସ୍ବାଦର କାହାଣୀ ପରଷିବେ ଯାତ୍ରା କଳାକାର। ଏଥିରେ ଚର୍ଚ୍ଚିତ ଖଳନାୟକ ଦୈତ୍ୟାରୀ ପଣ୍ଡାଙ୍କୁ ଦର୍ଶକ ଦେଖିବାକୁ ପାଇବେ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ନାଗାବାବା ଙ୍କ ପାଖରେ ଆର୍ଶୀବାଦ ପାଇଁ ଆସୁଛନ୍ତି ଭକ୍ତ

ଅର୍ଗସ ବ୍ୟୁରୋ: ଜମୁଛି ମାଘ ମେଳା।ନାଗା ବାବା ଙ୍କ ପାଖରେ ଆର୍ଶୀବାଦ ପାଇଁ ଆସୁଛନ୍ତି ଭକ୍ତ। ଆସନ୍ତାକାଲି ଠୁ ଦୁଲୁକିବ ଖଣ୍ଡଗିରି ଅପେରା ମଞ୍ଚ। ଚିକମିକ ଆଲୁଅ ସାଙ୍ଗକୁ ଦମଦାର ଡ଼ାଇଲଗ ରେ କମ୍ପିବ ଯାତ୍ରା ପେଣ୍ଡାଲ। ଚିକମିକ ଆଲୁଅ ସାଙ୍ଗକୁ ଦମଦାର ଡ଼ାଇଲଗ ରେ କମ୍ପିବ ଯାତ୍ରା ପେଣ୍ଡାଲ।ହିରୋ ହିରୋଇନଙ୍କ ରୋମାଣ୍ଟିକ୍ ଯୋଡ଼ି ହେଉ କି ଦୁର୍ଦ୍ଦଶ ଖଳନାୟକଙ୍କ ଛାତିଥରା ସଂଳାପ। ଯାତ୍ରା କଳାକାରଙ୍କ ଜୀବନ୍ତ ଅଭିନୟକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ରହିଛି ନାହିଁ ନଥିବା ଉତ୍କଣ୍ଠା।
Download Argus News App
