କାଳିଆ ଠାକୁର ଖାଇବେ ମା’ଙ୍କ ହାତରନ୍ଧା ପହିଲି ଭୋଗ
ଆଜି ପବିତ୍ର ଗୁରୁବାର ମହାଲକ୍ଷ୍ମୀଙ୍କ ବାର ବୋଲି ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ବିଶ୍ୱାସ ରହିଛି । ଯାହାକୁ ନେଇ କିଛି ଭକ୍ତ ଏକ ବିଶାଳକାୟ ଧାନକେଣ୍ଡା ନେଇ ଶ୍ରୀମନ୍ଦିର ଆସିଛନ୍ତି । ଏହି ଧାନକେଣ୍ଡାକୁ ମହାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଆଣିଥିବାରୁ ଲକ୍ଷ୍ମୀ ମନ୍ଦିରକୁ ପ୍ରଦାନ କରିଛନ୍ତି । ଏହି ଧାନକେଣ୍ଡାକୁ ମନ୍ଦିରରେ ଲଗାଯିବ ବୋଲି ତାଙ୍କର ଆଶା ରହିଛି । ଧାନକେଣ୍ଡାଟି ଏତେ ବଡ ଓ ଓଜନ ରହିଛି ଯେ ଦୁଇଜଣ ଭକ୍ତ ଭାରାରେ ଆଣିଛନ୍ତି । ମନ୍ଦିର ଆସୁଥିବା ଅନେକ ଲୋକ ଦୃଷ୍ଟି ଆକର୍ଷଣ କରୁଛି ଏହି ସୁନ୍ଦର ଧାନ କେଣ୍ଡା ।
ଆଜି ହେଉଛି ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାର
ପୂର୍ବରୁ ଘରେ ଘରେ ଧାନ କେଣ୍ଡା ପୂଜା ପାଏ । ମହାଲକ୍ଷ୍ମୀଙ୍କ ପାଇଁ ମାଣବସା ସମୟରେ ବିଭିନ୍ନ କାରୁକାର୍ଯ୍ୟ ପୂର୍ଣ୍ଣ ଧାନକେଣ୍ଡା ଚାଷୀ ମାନେ ପ୍ରସ୍ତୁତ କରି ପୂଜା କରନ୍ତି । ଏବେବି ଏହି ପରମ୍ପରା ରହିଛି । ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବି ବହୁ ଧାନକେଣ୍ଡା ଝୁଲୁଥିବା ଦେଖିବାକୁ ମିଳିଥାଏ। ଆଉ ଏହାକୁ କେବଳ ଚାଷୀମାନେ ପ୍ରସ୍ତୁତ କରିଥାନ୍ତି । ବିଲରେ ଧାନ ଅମଳ ପୂର୍ବରୁ ଏହାକୁ ପ୍ରସ୍ତୁତ କରିଯିବାର ବିଧି ରହିଛି। ଏହି ଧାନ କେଣ୍ଡା ସହଜରେ ନଷ୍ଟ ହୁଏନାହିଁ ବର୍ଷବର୍ଷ ଧରି ଝୁଲୁଥିବା ଦେଖିବାକୁ ମିଳିଥାଏ ।