ଆଜି ପବିତ୍ର ଭୈମ ନାମକ ବଡ଼ ଏକାଦଶୀ। ସାଳନ୍ଦୀ ନଦୀର ଏହି ଅଂଶଟି ଅତି ପବିତ୍ର ବୋଲି ମନେ କରାଯାଏ। କେବଳ ତ୍ରେତା ଯୁଗର ସ୍ମୃତି ନୁହେଁ ମହାଭାରତ ଯୁଗର ସ୍ମୃତି ବହନ କରେ ଏହି ସ୍ଥାନ। ଭଦ୍ରକ ଜିଲ୍ଲା କାଉପୁରଠାରେ ଥିବା ଏହି କୁଣ୍ଡରେ ସ୍ନାନ କଲେ ରୋଗ ଶୋକ ଦୂର ହେବା ସହ ପାପ କ୍ଷୟ ହୋଇଥାଏ ବୋଲି ଲୋକ ବିଶ୍ବାସ ରହିଛି।
ପ୍ରତିବର୍ଷ ଭୈମ ଏକଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା। 12 ଦିନ ଧରି ଚାଲେ ଏହି ମେଳା। ଏଥି ପାଇଁ ସମସ୍ତ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠେ। ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି କୁଣ୍ଡରେ ବୁଡ ପକାନ୍ତି। ଏହି କୁଣ୍ଡରେ ବିବାହ ସମୟରେ ସମସ୍ତ ବ୍ୟବହୃତ ଜିନିଷ ନଦୀ ଜଳରେ ଭସେଇ ଦେଲେ ବୈବାହିକ ଜୀବନରେ ଖୁସି ଭରିଯାଏ ବୋଲି ବିଶ୍ୱାସ ରହିଛି।
ତେବେ ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି ଦେବରକୁଣ୍ଡରେ ମେଳା ସମୟରେ ବୁଡ ପକାଇଲେ ରୋଗ, ଶୋକ ଓ ପାପ ଦୂର ହୁଏ ବୋଲି ବିଶ୍ବାସ ରହିଛି. ସେଥିପାଇଁ ଲୋକେ ଏହି କୁଣ୍ଡରେ ବୁଡ ପକାଇବା ପାଇଁ ଧାଇଁ ଆସନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।