ମିଡିଆକୁ ଦେଖିଲେ ତାଙ୍କ ନାହି ଡେଉଁଚି। କ୍ୟାମେରା ତାଙ୍କୁ ଭୂତ ଭଳି ଗୋଡାଇଲା ଭଳି ଲାଗୁଛି। ନ ହେଲେ କ’ଣ ସିଏ ଏମିତି ହୁଅନ୍ତେ। ସେଦିନ ଆପଣ ସମସ୍ତେ ଦେଖିଲେ କେମିତି DFO ସଂଗ୍ରାମ ବାବୁ କହିଲେ, ‘ମୁଁ କିଛି କହିବିନି, ମୋ ଇଚ୍ଛା ହଉନି’।
ହଇଓ ବାବୁ ଇଏ କି ପ୍ରକାର ବାଇଟ୍। ତମେ କ’ଣ ସାମାନ୍ୟ ସୌଜନ୍ୟ ବି ଜାଣିନ ! ଆମେ ଶୁଣିଥିଲୁ ଆପଣ କୁଆଡେ UPSC ଟପ୍ କରିଥିଲେ, ହେଲେ ଏ ବ୍ୟବହାର ଆପଣଙ୍କୁ କ’ଣ ଶୋଭା ଦେଉଛି।
ଧରନ୍ତୁ ସେଦିନ ମୁଡ୍ ଅଫ ଥିଲା। ହେଲେ ଆଜି କ’ଣ ହେଲା ?
ଆମ କ୍ୟାମେରା ତାଙ୍କ ଅଫିସ ଆଡେ ମୁହାଁଇଲା ବେଳକୁ ବାବୁ ଭିତରେ ଥିଲେ। ରୁମ୍ଟା ବି କିଟିକିଟି ଅନ୍ଧାର। ଏସିଟା ଚାଲୁଥିଲା। କ୍ୟାମେରା ଲାଇଟ୍ ପଡିବାରୁ କିଏ ଗୋଟାଏ ରୁମ ଲାଇଟଟା ଲଗାଇଲେ।
ଅନେକ ଦିନ ପରେ ସାର ଅଫିସକୁ ଫେରିଥିବା ବେଳେ ଆମ ପ୍ରତିନିଧି ତାଙ୍କ ଚାମ୍ବର ଭିତରକୁ ଯାଇଥିଲେ। ହେଲେ ଅନ୍ଧାରିଆ ବାବୁଙ୍କ ମୁଡ୍ ପୁଣି ଅଫ ହେଇଗଲା। ଯେମିତି ପ୍ରତିନିଧି କିଛି ପଚାରିଛନ୍ତି, ମୋର କାମ ଅଛି ବୋଲି ସଙ୍ଗେସଙ୍ଗେ କହିବା ଆରମ୍ଭ କଲେ ବାବୁ। ଆଉ ତାଙ୍କୁ ଚାମ୍ବରରୁ ବାହାରକୁ ଯିଵାକୁ କହିଲେ। ଅନୁମତି ନ ନେଇ ଆସିଥିବାରୁ ନାଲି ଆଖି ବି ଦେଖାଇଲେ। ନ କହିବାର ବାହାନା କରି ଗଣମାଧ୍ୟମକୁ ପୁଣି ଦୁର୍ବ୍ୟବହାର କଲେ।
ଆମକୁ ଲାଗିଲା, ଅନ୍ଧାର ଭିତରେ ଅନ୍ଧାରୀ ବାବୁ ବସି ବସି ମନଟାକୁ ଅନ୍ଧାରିଆ କରି ସାରିଲେଣି। ହେଲେ ଭୁଲ୍ ମାନିବାକୁ ଏକଦମ୍ ନାରାଜ।
ଅବଶ୍ୟ ବଡ ଲୋକ, ବଡ ବଡ ଇଲାକାରେ(3rd Floor) ହାତ ଥାଇପାରେ। ସୌମ୍ୟ ମଲେ କେତେ ଗଲେ କେତେ। ବିଦ୍ୟାଭାରତୀ ନିନ୍ଦା ପାଇଲେ କେତେ ନ ପାଇଲେ କେତେ, ସିଏ କିନ୍ତୁ ଢାଳ ଭିତରେ ରହିଲା ଭଳି ରହିଲେ ହେଲେ।
ଦେଖାଯାଉ ଅନ୍ଧାରୀ ଶାସନ କେତେଦିନ କାଏମ ରହୁଛି ?
ଆଉ ଅନ୍ଧାର ଭିତରେ ଅନ୍ଧାରୀ ବାବୁ କେତେଦିନ ବ୍ୟସ୍ତ ରହୁଛନ୍ତି ?