ଅର୍ଗସ ବ୍ୟୁରୋ: ଆସନ୍ତା ଡିସେମ୍ବର ୩୧ରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଚାକିରିରୁ ଅବସର ନେବେ। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେବେ ଅଭୟଙ୍କ ପରେ ରାଜ୍ୟର ପରବର୍ତ୍ତୀ କିଏ ଡିଜି ହେବେ ସେ ନେଇ କେନ୍ଦ୍ର ସରକାରଙ୍କ ପାଖକୁ ଏକାଧିକ ନାଁ ପ୍ରସ୍ତାବ ଦିଆଯାଇଛି।
୧୯୮୬ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ୨୦୧୯ ଡିସେମ୍ବର ୯ ତାରିଖରେ ଓଡ଼ିଶା ଡିଜିପି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଅଭୟ। ଏହା ପୂର୍ବରୁ ସେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ନିର୍ଦ୍ଦେଶକ ଥିଲେ।