ଭଦ୍ରକ: ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସୁରକ୍ଷା ପାଇଁ ଦୃଷ୍ଟିରୁ ସମୁଦ୍ରକୂଳର ବିଭିନ୍ନ ଅଞ୍ଚଳରେ ମେରାଇନ୍ ଥାନା ପ୍ରତିଷ୍ଠା କରାଯିବା ସହ ସମୁଦ୍ର ଭିତରେ କୋଷ୍ଟଗାର୍ଡ଼ ଏବଂ କଷ୍ଟମ୍ ବିଭାଗକୁ ମୁତୟନ କରାଯାଇଛି । ବଙ୍ଗୋପସାଗରକୁ ଲାଗି ରହିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଧାମରା ବନ୍ଦର । ଏହି ବନ୍ଦରକୁ ଲାଗି ରହିଛି କାଲାମ ଦ୍ୱୀପ ଯେଉଁଠି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଏ । କ୍ଷେପଣାସ୍ତ୍ର ଘାଟି, ଶିଳ୍ପ କ୍ଷେତ୍ର ଆଦାନୀ ପୋର୍ଟ ଏବଂ ଧାମରା ମତ୍ସ୍ୟଧରା ବନ୍ଦର ରହିଥିବାରୁ ଏହି ଅଞ୍ଚଳକୁ ସୁରକ୍ଷା ଦୃଷ୍ଟିରୁ ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ ।
ଏଠାରେ ତଟରକ୍ଷୀ ବାହିନୀ ଓ ମେରାଇନ୍ ଥାନାକୁ ଅଧିକ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି । ମାତ୍ର ଏବେ ଏଥିରେ ଅନେକ ବ୍ୟତିକ୍ରମ ଦେଖାଦେଇଛି । ଗୋଟିଏ ମାସ ହେବ ଧାମରା ମେରାଇନ୍ ଥାନାର ପାଟ୍ରୋଲିଂ ପାଇଁ ଥିବା ୩ ସ୍ପିଡ଼୍ ବୋଟ୍ ମଧ୍ୟରୁ ୩ ମାସ ହେବ 2ଟି ଅଚଳ ହୋଇ ପଡ଼ିରହିଛି । ମେରାଇନ୍ ଥାନାରେ ଟେକ୍ନିକାଲ୍ ଷ୍ଟାଫ୍ର ମଧ୍ୟ ଅଭାବ ରହିଛି । ତେଣୁ ନିୟମିତ ଭାବେ ସମୁଦ୍ର ଉପକୂଳରେ ପାଟ୍ରୋଲିଂ ହୋଇ ପାରୁନାହିଁ । ଫଳରେ ଏହି ଅଞ୍ଚଳ ଏବେ ଅସୁରକ୍ଷିତ ହୋଇପଡ଼ିଥିବା ଦେଖାଯାଇଛି ।
ବଙ୍ଗୋପସାଗର ଧାମରା ମୁହାଁଣରେ ବିନା ଲାଇସେନ୍ସରେ ମାଳମାଳ ଛୋଟ ଛୋଟ ବୋଟ୍ଗୁଡିକ ମାଛ ଧରୁଥିବା ଦେଖାଯାଇଛି । ୧୯୭୧ ମସିହାରେ ପାକିସ୍ତାନ ବାଙ୍ଗଲାଦେଶ ମୁକ୍ତିସଂଗ୍ରାମ ଯୁଦ୍ଧ ବେଳେ ବହୁ ବାଙ୍ଗଲାଦେଶୀ ଜଳପଥ ଦେଇ ଓଡ଼ିଶା ଆସି ଜମ୍ବୁ, ତାଳଚୁଆ, ଧାମରା, ଚାନ୍ଦବାଲି ଆଦି ଅଞ୍ଚଳରେ ଦୀର୍ଘ ଦିନ ହେବ ବସବାସ କରୁଛନ୍ତି । ତେଣୁ ଅତି ସହଜରେ ମାଛଧରା ବୋଟ ମାଧ୍ୟମରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଏଠାକୁ ଆସୁଛନ୍ତି । ଏହା ସହ ଏହି ଅଞ୍ଚଳରେ ସେମାନେ ଅପରାଧ ମଧ୍ୟ ଘଟାଉଥିବା ଦେଖାଯାଇଛି ।
ସୂଚନାଯୋଗ୍ୟ, ଧାମରା ମେରାଇନ୍ ଥାନା ଅଧିନରେ ଉପକୂଳ ସୁରକ୍ଷା ପାଇଁ ୨୦ଜଣ ଟେକ୍ନିକାଲ୍ ଷ୍ଟାଫ୍ ଆବଶ୍ୟକ ଥିବାବେଳେ ସେଠାରେ ମାତ୍ର ୧୧ ଜଣ କର୍ମଚାରୀ ରହିଛନ୍ତି । ସମ୍ଭାବ୍ୟ ଆତଙ୍କୀଙ୍କ ବିରୁଦ୍ଧରେ ଲଢେଇ କରିବା ପାଇଁ ଯଦିଓ ସ୍ମଲ ଆର୍ମସ୍ ଏବଂ ଲାଇଟ୍ ମେସିନ୍ ଗନ୍ ପରି ବିଗ୍ ଆର୍ମସ୍ ଯୋଗାଇ ଦିଆଯାଇଛି କିନ୍ତୁ ଆତଙ୍କୀଙ୍କ ମୁକାବିଲା ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଏଥିସହ ଟେକିକାଲ୍ ଷ୍ଟାପ୍ ଅଭାବରୁ ମେରାଇନ ଥାନା ପକ୍ଷରୁ ନିୟମିତ ପାଟ୍ରୋଲିଂ ହେଉନଥିବାରୁ ଉପକୂଳର ସୁରକ୍ଷା, କେତେ ସୁଦୃଢ଼ ସେଥିପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସବୁଠାରୁ ବଡ଼ ସମସ୍ୟା ହେଉଛି ଉପକୂଳ ଓଡ଼ିଶାରେ ଧାମରା ମୁହାଣରେ ତଟରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟ ନାହିଁ । ହଳଦିଆ ଓ ପାରାଦୀପରୁ ତଟରକ୍ଷୀ ବାହିନୀର ଟିମ୍ ଧାମରା ମୁହାଣରେ ମାସକୁ ଥରେ ଦୁଇଥର ପରିଦର୍ଶନ କରୁଛନ୍ତି, ଯାହାକି ଉପକୂଳ ସୁରକ୍ଷା ପାଇଁ ଯଥେଷ୍ଠ ନୁହେଁ ।
କଟକ: କାଲି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳିବ ଓଡିଆ ସଂସ୍କୃତିର ଝଲକ । ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଓଡିଆ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ତେବେ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବ ପଢ଼ୁଆଁ ଭାର । ପୋଢୁଆଁ ହେବେ ମହାବାହୁ । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଅଙ୍ଗରେ ନୂଆ ଲୁଗା ସହ ଖଦି ଓ ଛେଦା ପ୍ରସାଦ ଲାଗି ହେବ।
ଆଜି ଏହି ଭାର ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶୋଭାଯାତ୍ରାରେ ଭୋଇ ସେବକ, ମହୁରିଆ, ପାଇକ ଆଖଡ଼ା, ରମତାଳି, ସଙ୍କୀର୍ତ୍ତନ ଦଳ, ବେହେରା ସେବକମାନେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ । ପାଟ, ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଘିଅ, ମହୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ନେଇ ନିଆଳି ପ୍ରାଚୀ କ୍ଷେତ୍ରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: 4 ରାଜ୍ୟରେ ନିର୍ବାଚନ ଫଳ ଘୋଷଣା ସରିଥିବା ବେଳେ ଆଜି ଆସିବ ମିଜୋରାମର ଫଳ। ୪୦ସିଟ୍ ପାଇଁ ଆଜି ହେବ ଭୋଟ ଗଣତି । ତେବେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଓ ଜାରାମ୍ ପିପୁଲ୍ସ ମୁଭମେଣ୍ଟ ମଧ୍ୟରେ ହେବ କଡ଼ା ଟକ୍କର ।
ଏନେଇ ବୁଥ୍ ବାହୁଡ଼ା ମତରୁ ସ୍ଫଷ୍ଟ ହୋଇଛି । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଅନ୍ୟ 4 ରାଜ୍ୟ ସହ ମିଜୋରାମ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । କିନ୍ତୁ ଭୋଟ ଗଣତି ଦିନ ରବିବାର ହୋଇଥିବାରୁ ମିଜୋରାମ ଏନଜିଓ ସଂଯୋଜକ କମିଟି ଦିନକ ପରେ ଭୋଟ ଗଣତି କରିବାକୁ କହିଥିଲେ । ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ଇଷ୍ଟର ପାଳନ କରୁଥିବାରୁ ନିର୍ବାଚନ କମିସନ ମିଜୋରାମ ନିର୍ବାଚନ ଫଳ ଘୋଷଣା ତାରିଖ 3 ବଦଳରେ 4କୁ ଘୁଞ୍ଚାଇ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର