ସେପଟେ ବିଜେପି ଏହାକୁ ସେମି ଫାଇନାଲ ମ୍ୟାଚ କହିବା ସହ ଉଭୟ ସେମିଫାଇନାଲ ଓ 24ର ଫାଇନାଲ ଜିତିବୁ ବୋଲି ଦୃଢୋକ୍ତି କରିଛି । ତେବେ ବିଜେଡି କହିଛି ଧାମନଗରରେ ଦଳର ଏକତରଫା ବିଜୟ ହେବ । ସେହିପରି କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି । ୨୦୧୯ରେ ଧାମନଗର ଆସନରୁ ୪୬୨୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଷ୍ଣୁ । ବିଧାନସଭାରେ ବିରୋଧୀ ଦଳର ଉପନେତା ଭାବେ ବିଭିନ୍ନ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କୁ ଘାଇଲା କରୁଥିଲେ ବିଷ୍ଠୁ ।
2019 ପରେ ଧାମନଗରକୁ ମିଶାଇ ଖାଲି ହୋଇଛି 6ଟି ଆସନ । ବିଜେପୁର ଆସନରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ଉପନିର୍ବାଚନ ହୋଇଥିବା ବେଳେ ଅନ୍ୟ 5 ଜଣ ନେତାଙ୍କ ଦେହାନ୍ତ ଯୋଗୁ ହୋଇଛି ଉପନିର୍ବାଚନ । 2019ରେ ବାଲେଶ୍ବର ବିଧାନସଭା ଆସନରେ ଜିତିଥିବା ମଦନ ମୋହନ ଦତ୍ତ, ତିର୍ତ୍ତୋଲରେ ବିଷ୍ଣୁ ଦାସ, ପିପିଲିରେ ପ୍ରଦୀପ ମହାରଥୀ, ବ୍ରଜରାଜ ନଗରରେ କିଶୋର ମହାନ୍ତି, ଧାମନଗରରେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଯୋଗୁ ଉପନିର୍ବାଚନ ହୋଇଛି । ସୋମବାର ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂଙ୍କ ଦେହାନ୍ତ ପରେ ଏଠି ବି ଉପନିର୍ବାଚନ ହେବାକୁ ଯାଉଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।