ତେବେ ବିଜେଡିର କିଏ ହେବ ବିଧାୟକ ପ୍ରାର୍ଥୀ ତାକୁ ନେଇ ଲଗିରହିଛି ଦ୍ବନ୍ଦ । ଆଶାୟୀଙ୍କ ତାଲିକାରେ ଯୋଡି ହୋଇଛି ଆଉ ଏକ ନାଁ । ପୂର୍ବତନ ବିଜେଡି ଭଦ୍ରକ ଜିଲ୍ଲା ମହିଳା ସଭାନେତ୍ରୀ ଦେବକୀ ଦାସ ଟିକେଟ ଲବିରେ ପାଦ ରଖିଛନ୍ତି । ପୂର୍ବରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ମୁକ୍ତି ମଣ୍ଡଳ, ବ୍ଲକ ଚେୟାର ମ୍ୟାନ ସରୋଜ ଦାସ ଓ ବିଧାୟକ ବ୍ୟୋମୋକେଶ ରାୟଙ୍କ ବନ୍ଧୁ ଡା ସଂଜୟ ଦାସଙ୍କ ନାଁ ବି ଚର୍ଚ୍ଚାରେ ଅଛି । ସଂଜୟଙ୍କୁ ବିଜେଡି ଟିକେଟରୁ ଲଢିବା ପାଇଁ ମାନସିକ ରଖିଛନ୍ତି ତାଙ୍କ ପରିବାର ଲୋକେ ।
କଂଗ୍ରେସରେ 5 ଜଣ ଆଶାୟୀ ଟିକେଟ ପାଇଁ ଲବିରେ ଅଛନ୍ତି । ବିଦ୍ୟାଧର ଜେନା, ଅନନ୍ତ ସେଠୀ, ମଧୁମିତା ସେଠୀ. ମୁରଲୀଧର ସେଠୀ, ହୃଦାନନ୍ଦ ସେଠୀଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କିଏ ପ୍ରାର୍ଥୀ ହେବେ ପିସିସି ସଭାପତି ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା । 2019 ନିର୍ବାଚନରେ ଧାମନଗରରେ ବିଜେପି ବିଜୟ ବାନା ଉଡାଇଥିବା ବେଳେ ବିଜେଡି 2 ନମ୍ବରରେ ଥିଲା । କଂଗ୍ରେସ ଅମାନତ ହରାଇଥିଲା । ଏଥର ଉପନିର୍ବାଚନରେ ବିଜେପି ନିଜ ଆସନ ବଜାୟ ରଖିବାକୁ ଭରପୁର ପ୍ରୟାସ କରୁଥିବା ବେଳେ ବିଜେଡି ବି ଜିତିବାର ଗଣିତ କଷୁଛି ।