ଦୁଇ ଭିଡିଓ ଭାଇରାଲ ହେବା ପରେ ବିଜେଡିକୁ କାଠଗଡାକୁ ଟାଣିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଥିବାର ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କେବଳ ଏତିକି ନୁହେଁ, ପ୍ରତି ପଞ୍ଚାୟତକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେଇ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଇବା ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲଂଘନ ବୋଲି କହିଛନ୍ତି ସମୀର । ଆଉ ଏହା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଇସିଆଇଙ୍କ ଠାରେ ଫେରାଦ ହେବ ବୋଲି ବିଜେପି କହିଛି ।
ଅନ୍ୟପଟେ ତାରିଖ ପାଖେଇବା ସହ ଧାମନଗରରେ ବଢୁଛି ନିର୍ବାଚନୀ ତାତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି । ସୁରଜଙ୍କ ସପକ୍ଷରେ ଭୋଟ ଦେବାକୁ ଡୋର ଟୁ ଡୋଟ କ୍ୟାମ୍ପେନ କରୁଛନ୍ତି ବିଧାୟକ ଡକ୍ଟର ଭୁଦାନ ମୁର୍ମୁ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ପ୍ରଚାର ମଇଦାନରେ ସମର୍ଥନ ସାଉଁଟିବାରେ ଲାଗି ପଡିଛନ୍ତି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ବିଭିନ୍ନ ପଞ୍ଚାୟତ ବୁଲି ପ୍ରଚାର କରିବା ସହ ଲୋକ ମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ଟଙ୍କା ବଣ୍ଟାକୁ ନେଇ ବିଜେଡି -ବିଜେପିର ଆରୋପ ପ୍ରତ୍ୟାରୋପ ଭିତରେ ମୁଖ୍ୟ ନିର୍ବାଚନ ଅଧିକାରୀ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତ ତାହା ଉପରେ ରହିଛି ନଜର ।
ରାଜନୀତି ଖବର ଆହୁରି ପଢନ୍ତୁ ।