ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୨୮ , ୨୯ ଦୁଇ ଦିନ ଧରି ଧାମନଗର ଏବଂ ତହିଡି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ଶୋ ଏବଂ ପଦଯାତ୍ରା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଆଜି ଶେଷ ଦିନରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ପ୍ରଚାରକୁ ଓହ୍ଲାଉଥିବା ବେଳେ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଛି । ବିଜେଡି ପକ୍ଷରୁ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ ପ୍ରଚାର କରି ଭୋଟଭିକ୍ଷା କରିଥିବା ବେଳେ ଆଜି ଶେଷ ଦିନରେ ପ୍ରଚାର ଜୋରଦାର ହେବ ।
ସେପଟେ ସ୍ବାଧିନ ପ୍ରାର୍ଥୀ ରାଜୁ ଦାସ ଏବଂ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ମଧ୍ୟ ଶେଷ ଦିନରେ ଜୋରଦାର ପ୍ରଚାର ଲାଗି ପ୍ରସ୍ତୁତି କରିଛନ୍ତି । ଆଜି ସଂଧ୍ୟାରୁ ପ୍ରଚାର ବନ୍ଦ ହେବାକୁ ଥିବାବେଳେ ଆସନ୍ତା 3 ତାରିଖରେ ଧାମନଗର ଉପନିର୍ବାଚନ ଲାଗି ଭୋଟ ପଡିବ, ଆସନ୍ତା 6 ରେ ବାହାରିବ ଫଳାଫଳ ।