ସମୁଦାୟ ୨୫୨ ଟି ବୁଥ୍ରେ ଭୋଟ ଗ୍ରହଣ ହେଉଛି । ଏଥିରେ ସମୁଦାୟ 1 ହଜାର 8 ପୋଲିଂ ପାର୍ଟି ନିୟୋଜିତ ଅଛନ୍ତି । ୧୧୦ ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୧୨୬ ବୁଥ୍ରେ ହେବ ୱେବ କାଷ୍ଟିଂ । ସେହିପରି ୧୫ଟି ମଡେଲ୍ ବୁଥ ଓ ୫ଟି ପିଙ୍କ ବୁଥ୍ ମଧ୍ୟ କରାଯାଇଛି ।
ଏକ ହଜାର ପୋଲିସ ଅଧିକାରୀ ନିୟୋଜିତ ରହିଥିବା ବେଳେ ୨୫ ଜଣ ମାଇକ୍ରୋ ଅଵଜରର୍ଭର ମଧ୍ୟ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର ରହିଛି । ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇ ପାରିବେ ନାହିଁ । ଯଦି କେହି ନିୟମ ଉଲଂଘନ କରେ ତେବେ ତାଙ୍କୁ ଗିରଫ କରାଯିବ । ଭୋଟର ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡ଼କ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ ମତଦାତା।
ନିର୍ବାଚନ ମଇଦାନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ, ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସଙ୍କ ଭାଗ୍ୟ ଆଜି ନିର୍ଣ୍ଣୟ କରିବେ ଧାମନଗରର ଜନତା ଜନାର୍ଦ୍ଦନ। ଏହି ୫ ପ୍ରାର୍ଥୀଙ୍କୁ ନେଇ ରାଜନୈତିକ ମହଲରେ ହାରଜିତ୍ର ଅଙ୍କକଷା ଚାଲିଛି।
ସମସ୍ତଙ୍କର ନଜର ଏବେ ବିଜେପି, ବିଜେଡି ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ରହିଛି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ପରେ ରୋଚକ ମୋଡ଼ରେ ପହଞ୍ଚିଥିଲା ଧାମନଗର ରାଜନୀତି।
ତେଣୁ ଆସନ୍ତା ୬ ତାରିଖରେ ଫଳାଫଳକୁ ନେଇ ସବୁ ମହଲରେ ଉତ୍କଣ୍ଠା ଲାଗିରହିଛି। ସେପଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ରାଜନୀତି ଖବର ଆହୁରି ପଢନ୍ତୁ ।