ଗତକାଲି ରାତିରେ ଲୁଣିବର କଳାପଥର ଖାଦାନରେ ପୋକଲିନ ସାହାଯ୍ୟରେ କଳାପଥର ଲୋଡିଂ ବେଳେ ପାହାଡ଼ ହଠାତ ପାହାଡ଼ ଉପରୁ ମାଟି ଅତଡ଼ା ଧସିଯାଇଥିଲା I ଫଳରେ ପୋକଲିନରେ ଥିବା ଅପରେଟର ଓ ହେଲପରଙ୍କ ମୃତ୍ୟୁ ହୋଇଛି I ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ତଦନ୍ତ ଜାରି ରଖିଛି I
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ:ଲୁଣିବର କଳାପଥର ଖାଦାନରୁ ମାଟି ଅତଡ଼ା ଧସି ଦୁଇ ମୃତ। ଚର୍ଚ୍ଚାରେ ଧର୍ମଶାଳା ତହସିଲ କଳାପଥର ଖାଦାନ I ଧର୍ମଶାଳା ତହସିଲ ଜେନାପୁର ଥାନା ଅନ୍ତର୍ଗତ ଲୁଣିବର କଳାପଥର ଖାଦାନରେ ଗତ କାଲି ବିଳମ୍ବିତ ରାତିରେ ମାଟି ଅତଡ଼ା ଧସି ପୋକଲିନ ଡ୍ରାଇଭର ଓ ହେଲପର ମୃତବରଣ କରିଛନ୍ତି I
ଗତକାଲି ରାତିରେ ଲୁଣିବର କଳାପଥର ଖାଦାନରେ ପୋକଲିନ ସାହାଯ୍ୟରେ କଳାପଥର ଲୋଡିଂ ବେଳେ ପାହାଡ଼ ହଠାତ ପାହାଡ଼ ଉପରୁ ମାଟି ଅତଡ଼ା ଧସିଯାଇଥିଲା I ଫଳରେ ପୋକଲିନରେ ଥିବା ଅପରେଟର ଓ ହେଲପରଙ୍କ ମୃତ୍ୟୁ ହୋଇଛି I ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ତଦନ୍ତ ଜାରି ରଖିଛି I
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?