ସେପଟେ କେନ୍ଦୁଝର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ୫ ପ୍ରଶ୍ନ ପଚାରିଛି ବିଜେପି ।
ପ୍ରଶ୍ନ ନମ୍ବର 1
ମେଡିକାଲ କଲେଜ ପାଇଁ ରାଜ୍ୟ ସରକାରଙ୍କ ଯୋଗଦାନ କେତେ ?
ଧରଣୀଧର ଭେଷଜ ମହାବିଦ୍ୟାଳୟ ପାଇଁ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ମାଧ୍ୟମରେ ଜିଲ୍ଲା ଖଣିଜ ପାଣ୍ଠିରେ ଥିବା ସମସ୍ତ ଅର୍ଥ ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର କେତେ ଅର୍ଥ ସହଯୋଗ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ବିଜେପି ଯୁବମୋର୍ଚ୍ଚା । ମେଡିକାଲ କଲେଜ ସମ୍ପୂର୍ଣ୍ଣ ଭାବେ DMF ପାଣ୍ଠିରେ ପ୍ରତିଷ୍ଠିତ ହୋଇଥିବାରୁ ଏହାର ଶ୍ରେୟ ଜିଲ୍ଲାବାସୀଙ୍କର ବୋଲି କହିଛି ବିଜେପି।
ପ୍ରଶ୍ନ ନମ୍ବର 2
୩ ବର୍ଷ ପୂର୍ବେ ଜିଲ୍ଲା OMBADC ପାଣ୍ଠିରୁ ରାଜ୍ୟ ସରକାର ନେଇଥିବା ଋଣ କେବେ ହେବ ପରିଶୋଧ ?
ପ୍ରଶ୍ନ ନମ୍ବର 3
ଜିଲ୍ଲାର ସମସ୍ତ 5T ପ୍ରକଳ୍ପକୁ କାହିଁକି ବନ୍ଦ ହେଲା ରାଜ୍ୟ ସରକାରଙ୍କ ଅନୁଦାନ ?
ପ୍ରଶ୍ନ ନମ୍ବର 4
କୁଆଡ଼େ ଗଲା କେନ୍ଦୁଝରରେ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ଘୋଷଣା ?
ପ୍ରଶ୍ନ ନମ୍ବର 5
କେନ୍ଦୁଝରର ଯୁବକ ଯୁବତୀଙ୍କୁ କେତେ ମିଳିଛି ନିଯୁକ୍ତି ?
କେବଳ ବିଜେପି ନୁହେଁ କେନ୍ଦୁଝରବାସୀ ବି ଜିଲ୍ଲା ଖଣିଜ ପାଣ୍ଠିର ବିନିଯୋଗରେ ପ୍ରତିଷ୍ଠିତ ମେଡିକାଲ କଲେଜର ସମସ୍ତ ଶ୍ରେୟ ନେବା ଲାଗି ରାଜ୍ୟ ସରକାରଙ୍କ ପ୍ରଚାରକୁ କରିଛନ୍ତି ନାପସନ୍ଦ ।
ଅଧିକ ପଢନ୍ତୁ: କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ପାଇଲା ବିଶ୍ବବିଦ୍ୟାଳୟ ମାନ୍ୟତା
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସରକାରୀ ଥିଲା ବେଳେ ଏହାକୁ ଦଳୀୟ ସଭାରେ ପରିଣତ କରିଥିଲା ବିଜେଡି। ଶହଶହ ବସ ଓ ଅନ୍ୟାନ୍ୟ ଗାଡ଼ିରେ ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା। ସବୁ ଗାଡ଼ିରେ ଲାଗିଥିଲା ବିଜେଡି ପତାକା। ସରପଞ୍ଚମାନଙ୍କୁ ଦିଆଯାଇଥିଲା ଲୋକଙ୍କୁ ଆଣିବା ଦାୟିତ୍ବ।
ମେଡିକାଲ କଲେଜ ଲୋକାର୍ପଣ ଅବସରରେ ଧରଣୀଧର ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ