ତାଙ୍କ ଦେହାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଟୁଇଟର ପେଜ୍ରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦୁର୍ଯ୍ୟୋଧନ ମାଝୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।
ଜନପ୍ରତିନିଧି ଭାବେ ଳୋକଙ୍କମାନଙ୍କ ପାଇଁ ସେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି।
ତେବେ ଏଠି କହିରଖୁଛୁ ଯେ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଗତ ରାତିରେ ଶୋଇଥିବା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ବିଧାୟକ ଦୁର୍ଯ୍ୟୋଧନ ମାଝୀ । ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ରାତି ପ୍ରାୟ ୩ଟାରେ ତାଙ୍କ ପରଲୋକ ହୋଇଛି।
ସେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରୁ 5 ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ୨ଥର ମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଥିଲେ। ତାଙ୍କ ଅକାଳ ବିୟୋଗରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ଶୋକର ଛାୟା ଖେଳିଯାଇଛି ।