ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି indian national trust for art and cultural heritage ବା INTACH । ଯାହାକି ଭାରତୀୟ ପ୍ରତ୍ତ୍ନତ୍ବତ୍ ବିଭାଗ ପରେ ଦେଶର ଦିତ୍ବୀୟ ସର୍ବବୃହତ ଐତିହ୍ୟ କିର୍ତ୍ତିରାଜି ଉପରେ ଗବେଷଣା କରୁଥିବା ସଂସ୍ଥା । ଚିଠି ଲେଖି ସଂସ୍ଥାର ଓଡିଶା ଚ୍ୟାପ୍ଟର ଆବାହକ ତଥା ପୂର୍ବତନ ପୋଲିସ ମହାନିର୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ଜଣାଇଛନନ୍ତି ଯେ ପରିକ୍ରମା ପ୍ରକଳ୍ପ ମାମଲା ହାଇକୋର୍ଟର ବିଚାରାଧୀନ ଥିବାରୁ ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଉ ।
ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି କହିଛି ଯେ ବିଶ୍ବବାସୀଙ୍କ ଇଛାରେ ଏହି ଉନ୍ନତି କାର୍ଯ୍ୟ ହେଉଛି । ସବୁ କିଛି ଆଇନ ସମ୍ମତ ହେଉଛି ଆଗକୁ ବି ହେବ ବୋଲି କହିଛନ୍ତି ଦଳର ବିଧାୟକ ରୋହିତ ପୂଜାରୀ ।
ଦିନକୁ ଦିନ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିବା ସହ ସନ୍ଦେହ ବି ଘନିଭୂତ ହେବାରେ ଲାଗିଛି । ବାରମ୍ବାର ପ୍ରକଳ୍ପ ଡିଜାଇନ ବଦଳିବା, ହାଇକୋର୍ଟରେ ଏଏସଆଇର ସତ୍ୟପାଠରେ ପ୍ରକଳ୍ପକୁ ଅନୁମିଳିନଥିବା କଥା ସାମ୍ନାକୁ ଆସିବା, ଓ ବିଶେଷ କରି ଶୌଚାଳୟ ନିର୍ମାଣ ଲାଗି ୩୦ ରୁ ୪୦ ଫୁଟ ଗର୍ତ୍ତ ଖୋଳାଯାଇ ୩୨ ଏମ ଏମ ଲୁହାଛଡ ବ୍ୟବହାର କରାଯିବା ଜଗନ୍ନାଥ ପ୍ରେମୀ ତଥା ସାଢେ ଚାରିକୋଟି ଓଡିଆଙ୍କୁ ସହଜେ ହଜମ ହେଉନି । ଯାହାକୁ ନେଇ ରାଜାରାସ୍ତା ଠୁ ନେଇ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଆନ୍ଦୋଳନ ଆଉ ପ୍ରତିବାଦ ମାତ୍ର ରାଜ୍ୟ ସରକାର ତାଙ୍କ ଜିଦରେ ଅଟଳ ।